ମଦ୍ୟପ ଡ୍ରାଇଭରକୁ ଚାକିରିରୁ ବାହାର କରିବା ପଡ଼ିଲା ମହଙ୍ଗା । ମାଲିକଙ୍କ ଘରେ ପଶି ଜାଳିଦେଲା କାର ଓ ବାଇକ୍ 

350

କନକ ବ୍ୟୁରୋ: ମଦ୍ୟପ ଡ୍ରାଇଭରଙ୍କୁ ଚାକିରିରୁ ବାହାର କରିବା ପଡ଼ିଲା ମହଙ୍ଗା । ପ୍ରତିଶୋଧ ପରାୟଣ ହୋଇ ଘରେ ପଶି ମାଲିକଙ୍କ କାର ଓ ବାଇକ୍ ଚାଳିଦେଲା ଡ୍ରାଇଭର । ଭୁବନେଶ୍ୱର ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନ୍ ଫେଜ୍-୨ରେ ଏପରି ଘଟଣା ଘଟିଛି । ଡ୍ରାଇଭର କାରନାମା ସିସିଟିଭିରେ କଏଦ ହୋଇଛି । କ୍ରିଷ୍ଣା ଗାର୍ଡେନ୍ ଫେଜ୍-୨ରେ ରହୁଥିବା ଜ୍ୟୋତ୍ସ୍ନା ମହାନ୍ତି ଓ ଅଜିତ ନାୟକଙ୍କ ଘରେ ଡ୍ରାଇଭର ଏପରି କାଣ୍ଡ ଘଟାଇଛି ।