କନକ ବ୍ୟୁରୋ: ଛତିଶଗଡର ଦୁର୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏଠାରେ ଏକ ନବଜାତ ଶିଶୁର ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ଶିଶୁଟିର ମୃତଦେହ ପାଖାପାଖି ୨୫ ଦିନ ପୂର୍ବର ହେବ ବୋଲି ଅନୁମାନ କରରାଯାଉଛି । ପୋଲିସର କହିବା ଅନୁସାରେ ଦୁର୍ଗୀ କୁହ୍ମାରୀ ସ୍ଥିତ ରାମପୁର ଚୋରହାରେ ଏକ ନବଜାତ ଶିଶୁର ଅଧାପୋଡା ମୃତଦେହ ମିଳିଥିଲା ।
ନବଜାତ ଶିଶୁର ମା’ ଏବଂ ଆଈ ଦୁହେଁ ମିଶି ଜୀଅନ୍ତା ଜାଳି ଦେଇଛନ୍ତି । ପୋଲିସ ନବଜାତକ ଶିଶୁଟିର ମା’ ଭେଙ୍କଟେଶ୍ୱରୀ ଓ ଆଈ ରାଜିମବାଇଙ୍କୁ ଗିରଫ କରିଛି । ପୋଲିସର କହିବା ମୁତାବକ, ଘରୋଇ ବିବାଦ କାରଣରୁ ଭେଙ୍କଟେଶ୍ୱରୀ ନିଜ ବାପ ଘରେ ରହୁଥିଲେ । ଏହି ସମୟରେ ପଡୋଶୀ ଘରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଗଢିଉଠିଥିଲା । ଯାହା ଫଳରେ ସେ ଗର୍ଭବତୀ ହୋଇଥିଲେ । ଏବଂ ଏକ ଶିଶୁକୁ ଜନ୍ମ ଦେଇଥିଲେ । ହେଲେ ଲୋକଲଜ୍ଜା ଯୋଗୁଁ ଶିଶୁଟିକୁ ଜୀଅନ୍ତା ଜାଳି ମାରିଦେଇଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି ।
ଗତ ୨ ତାରିଖରେ କୁହ୍ମାରୀର ରାମପୁର ଛକ ନିକଟରୁ ଏକ ଅଧାଜଳା ନବଜାତ ଶିଶୁର ମୃତଦେହ ମିଳଇଥିଲା । ପୋଷ୍ଟମର୍ଟମରେ ଏହାକୁ ଜିଅନ୍ତା ପୋଡିଦିଆଯାଇଥିବା ଜଣାପଡିଥିଲା । ଏହାପରେ ପୋଲିସ ତନାଘନା କରିଥିଲା ।
Follow Us