ପୋଡା ହାଡ କହିବ କି ଛାତ୍ରୀମୃତ୍ୟୁ ଘଟଣାର ସତ? ଗୋପାଳପୁର ଗାଁ ମଶାଣିରୁ ପାଉଁଶ ସଂଗ୍ରହ କଲା ସାଇଣ୍ଟିଫିକ୍ ଟିମ

ପୋଡା ହାଡ କହିବ କି ଛାତ୍ରୀମୃତ୍ୟୁ ଘଟଣାର ସତ? ଗୋପାଳପୁର ଗାଁ ମଶାଣିରୁ ପାଉଁଶ ସଂଗ୍ରହ କଲା ସାଇଣ୍ଟିଫିକ୍ ଟିମ

କନକ ବ୍ୟୁରୋ: ଛାତ୍ରୀ ଆତ୍ମହତ୍ୟା ଘଟଣାର ତନାଘନା । ଶ୍ମଶାନରୁ ପାଉଁଶ ସଂଗ୍ରହ କଲା ପୁଲିସ । ଜଳିଯାଇଥିବା ଜୁଇକୁ ଆଡେଇ ହାଡ ପାଉଁଶ ନେଇଛି ପୁଲିସ । ଛାତ୍ରଙ୍କ ମୃତ୍ୟୁ ପ୍ରକୃତ କାରଣ କହିବ ଏହି ପାଉଁଶ । ବିଜୁ ପଟ୍ଟନାୟକ ଆଇଟିଆଇ କଲେଜ ଗୋପାଳପୁରର ଇଲେକଟ୍ରିକାଲ ମେକାନିକାଲ ଛାତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବାକୁ ଯାଇ ଆଜି ପାଉଁଶ ତଳୁ ପୋଡା ହାଡ ଖୋଜିଛି ପୁଲିସ ।

ପୁରୀ କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି । ପୁରୀ ଅତିରିକ୍ତ ଏସପି, ଏସଡିପିଓ, କୃଷ୍ଣପ୍ରସାଦ ଥାନା, ସାଇଣ୍ଟିଫିକ୍ ଟିମ୍ ଗାଁ ଶ୍ମଶାନରୁ ପାଉଁଶ ଜବତ କରି ତଦନ୍ତ କରୁଛନ୍ତି । ତେବେ ପ୍ରେମ ପାଇଁ ଛାତ୍ରୀ ଜଣଙ୍କ ଜୀବନ ହରାଇଥିବା ସନ୍ଦେହ କରାଯାଉଛି । ଛାତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଘରୁ ମୋବାଇଲ ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe