କନକ ବ୍ୟୁରୋ: ଛାତ୍ରୀ ଆତ୍ମହତ୍ୟା ଘଟଣାର ତନାଘନା । ଶ୍ମଶାନରୁ ପାଉଁଶ ସଂଗ୍ରହ କଲା ପୁଲିସ । ଜଳିଯାଇଥିବା ଜୁଇକୁ ଆଡେଇ ହାଡ ପାଉଁଶ ନେଇଛି ପୁଲିସ । ଛାତ୍ରଙ୍କ ମୃତ୍ୟୁ ପ୍ରକୃତ କାରଣ କହିବ ଏହି ପାଉଁଶ । ବିଜୁ ପଟ୍ଟନାୟକ ଆଇଟିଆଇ କଲେଜ ଗୋପାଳପୁରର ଇଲେକଟ୍ରିକାଲ ମେକାନିକାଲ ଛାତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବାକୁ ଯାଇ ଆଜି ପାଉଁଶ ତଳୁ ପୋଡା ହାଡ ଖୋଜିଛି ପୁଲିସ ।

Advertisment

ପୁରୀ କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି । ପୁରୀ ଅତିରିକ୍ତ ଏସପି, ଏସଡିପିଓ, କୃଷ୍ଣପ୍ରସାଦ ଥାନା, ସାଇଣ୍ଟିଫିକ୍ ଟିମ୍ ଗାଁ ଶ୍ମଶାନରୁ ପାଉଁଶ ଜବତ କରି ତଦନ୍ତ କରୁଛନ୍ତି । ତେବେ ପ୍ରେମ ପାଇଁ ଛାତ୍ରୀ ଜଣଙ୍କ ଜୀବନ ହରାଇଥିବା ସନ୍ଦେହ କରାଯାଉଛି । ଛାତ୍ରୀ ସ୍ୱର୍ଣ୍ଣଲତା ଜେନାଙ୍କ ଘରୁ ମୋବାଇଲ ଜବତ କରିଛି ।