ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତା । ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଂଚଳରେ ଜାରିହେଲା କଟକଣା ।

189

କନକ ବ୍ୟୁରୋ : ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ସତର୍କତା । ୨୭ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆଖପାଖ ଅଂଚଳରେ ଜାରିହେଲା କଟକଣା । ବନ୍ଦ ରହିବ ଦୋକାନ ବଜାର, ଯାତାୟତ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ । କେବଳ ଜରୁରୀ ସାମଗ୍ରୀ ଯୋଗାଇବ ମହାନଗର ନିଗମ । ଭିସୁଟର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଛି କରୋନା । ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଚାଲି ଯାଇଛନ୍ତି । ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ଅନୁରୋଧ କରିଛନ୍ତି । ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କର୍ତୃପକ୍ଷ କହିଛନ୍ତି ।