କନକ ବ୍ୟୁରୋ : ୧୨ ଘଣ୍ଟିଆ ବୁର୍ଲା ବନ୍ଦ । ସ୍ଥାୟୀ ପଟ୍ଟା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ସହରବାସୀ । କେବଳ ଜରୁରୀ ତଥା ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ବାକି ସବୁ ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିଛି । ବୁର୍ଲା ସହରବାସୀ ବହୁଦିନରୁ ସ୍ଥାୟୀ ପଟ୍ଟା ଦାବି କରି ଆସୁଥିବା ବେଳେ ଆଜି ଯାଏଁ ସମସ୍ୟାର ସମାଧାନ ହୋଇନି । ଏପରିକି ରାସ୍ତା ପ୍ରଶସ୍ତିକରଣ ନାଁରେ ବୁର୍ଲା ସହରରେ ଉଚ୍ଛେଦ ଚାଲିଛି । ଫଳରେ ଏନେଇ ବୁର୍ଲା ସହରର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ଓ ବ୍ୟବସାୟୀ ସଂଘର ମିଳିତ ଆହ୍ୱାନରେ ବନ୍ଦ ପାଳନ କରାଯାଉଛି ।
ସ୍ଥାୟୀ ପଟ୍ଟା ଦାବି, ୧୨ ଘଣ୍ଟିଆ ବୁର୍ଲା ବନ୍ଦ : ସାମାଜିକ ଅନୁଷ୍ଠାନ ଓ ବ୍ୟବସାୟୀ ସଂଘର ମିଳିତ ଆହ୍ୱାନରେ ବନ୍ଦ ପାଳନ
/kanak/media/post_attachments/wp-content/uploads/2023/10/vlcsnap-2023-10-13-10h20m20s264.jpg)