କନକ ବ୍ୟୁରୋ: ପେଟ ପାଇଁ କେତେ ନାଟ । କିଏ ଖରା ତରାରେ ଖଟି ଖଟି ଟଙ୍କାର ରୋଜଗାର କରୁଛନ୍ତି ତ ଆଉ କିଏ ଭିକ୍ଷାବୃତିକୁ ଆପଣାଉଛନ୍ତି । ଗଂଜାମ ଜିଲ୍ଲାରେ ଆଜି ଦଣ୍ଡା ଯାତ୍ରାର ଶେଷ ଦିନ ଥିବା ବେଳେ ଏକ ବିପଦଜନକ ଢଙ୍ଗରେ ଭିକ୍ଷାବୃତିର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ରାସ୍ତା କଡରେ ଦୁଇ ଜଣ ପିଲା ମାଟି ଭିତରେ ମୁଣ୍ଡ ପୋତିଦେଇଥାନ୍ତି । ମୁଣ୍ଡ ମାଟି ଭିତରେ ଥିବା ବେଳେ ଶରୀରର ଅନ୍ୟ ଅଂଶ ବାହାରେ ରହିଛି । ଏମିତି କରି ଏମାନେ ଭିକ୍ଷା ମାଗୁଛନ୍ତି । ମୁଣ୍ଡ ପାଖରେ ଗୋଟିଏ ଗାମୁଛା ପକାଇ ବେଶ କିଛି ସମୟ ଧରି ମାଟି ଭିତରେ ମୁଣ୍ଡକୁ ପୋତି ରଖିଥାନ୍ତି । ଲୋକମାନେ ଆସି ସେମାନଙ୍କୁ ଦେଖି ଗାମୁଛା ଉପରେ ଟଙ୍କା, ନଡିଆ ଓ ଚାଉଳ ଦେଇ ଚାଲିଯାଉଥାନ୍ତି ।

Advertisment