କନକ ବ୍ୟୁରୋ : ପୂର୍ବ ସରକାର ଅନେକ ଲୋକଭିମୁଖି ଯୋଜନା ଚଳାଇ ବାହାବାହା ଲୁଟୁଥିଲେ। କାଳିଆ, ଆମ ଓଡିଶା ନବୀନ ଓଡିଶା, ନୂଆ-ଓ ଭଳି ଯୋଜନାରେ ହାତଖୋଲି ଟଙ୍କା ବାଣ୍ଟୁଥିଲେ। ଆଉ ବିରୋଧୀଙ୍କ ପ୍ରଶ୍ନ ଥିଲା, ଭୋଟ ହାତେଇବା ଉଦ୍ଦେଶ୍ୟରେ ନବୀନ ସରକାର ଚଳାଇଥିବା ଏସବୁ ଯୋଜନା ପାଇଁ ଟଙ୍କା କେଉଁଠୁ ଆସୁଛି? ମୋହନ ମାଝୀ... ଏବେ ବିଜେପି ସରକାର ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିବା ପରେ ଜଣାପଡିଛି ରାଜ୍ୟକୁ ଋଣରେ ବୁଡାଇ ଦେଇଛି ବିଜେଡି ସରକାର।
ବର୍ତ୍ତମାନ ଋଣ ପରିମାଣ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୫ ତାରିଖରେ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି। ଯାହା ଗତ ଆର୍ଥିକ ବର୍ଷ ଅପେକ୍ଷା ୧୫.୨ ପ୍ରତିଶତ ଅଧିକ। କିନ୍ତୁ ଚର୍ଚ୍ଚା ହେଉଛି ଯୋଜନା ବାବଦ ବ୍ୟୟ ପାଇଁ ସରକାର ଅର୍ଥ ଆଣିବେ କେଉଁଠୁ? ଏଥିପାଇଁ ସରକାର ଆହୁରି ଋଣ କରିବେ ବୋଲି ଜଣାପଡିଛି।
ଅଧିକ ଋଣ କରିବେ ସରକାର
ବିଭିନ୍ନ ସୂତ୍ରରୁ ସରକାର ଋଣ କରିବେ- ୪୩ ହଜାର ୪୯୫ କୋଟି
ଫଳରେ ରାଜ୍ୟର ମୋଟ୍ ଋଣଭାର ହେବ- ୧ ଲକ୍ଷ ୨୫ ହଜାର ୫୫୦ କୋଟି
ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡପିଛା ଋଣ ହେବ- ୨୬ ହଜାର ୬୫୬ ଟଙ୍କା
ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ- ଜିଏସଡିପିକୁ ଶିଳ୍ପ ଓ ସେବା କ୍ଷେତ୍ରର ସର୍ବାଧିକ ଅବଦାନ ରହିଛି। ସରକାର କିନ୍ତୁ ଯୋଜନା ବାବଦ ବ୍ୟୟବରାଦ ପାଇଁ ଖଣି କ୍ଷେତ୍ରକୁ ଆଖେଇଛନ୍ତି। ନିକଟରେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟଗୁଡିକୁ ଖଣି ରୟାଲିଟି ପ୍ରଦାନ ସପକ୍ଷରେ ସଂକେତ ଦେଇଛନ୍ତି।
ଖଣି କ୍ଷେତ୍ରରୁ ଆୟ ଲକ୍ଷ୍ୟ
ଜୁନ୍ ଶେଷ ସୁଦ୍ଧା ଖାଣି କ୍ଷେତ୍ରରୁ ଆଦାୟ ହୋଇଛି ୧୨ ହଜାର ୫୭୭ କୋଟି
ଚଳିତ ଆର୍ଥିକ ବର୍ଷରେ ଖଣିରୁ ୫୦ ହଜାର କୋଟି ପାଇବାକୁ ସରକାରଙ୍କ ଲକ୍ଷ୍ୟ
ପୂର୍ବ ସରକାରଙ୍କ କୌଣସି ଯୋଜନାକୁ ବନ୍ଦ କରିବା ନେଇ ବଜେଟରେ ଘୋଷଣା ହୋଇନାହିଁ। ବରଂ ନୂଆ ନାଁରେ ଯୋଜନା ଚାଲୁ ରହିବା ନେଇ ସଂକେତ ଦେଇଛନ୍ତି। ଯାହାକୁ ଚଳାଇ ରଖିବା ପାଇଁ ନୂଆ ସରକାରଙ୍କୁ ମଧ୍ୟ ଋଣ ଉପରେ ଅଧିକ ନିର୍ଭର କରିବାକୁ ପଡିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/4-43.jpg)