କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ୟର୍କର ମାଷ୍ଟର ଜଶପ୍ରିତ ବୁମରାଙ୍କୁ କ୍ଳିନ ବୋଲଡ କଲେ ସଞ୍ଜନା ଗଣେଶନ । ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟ ଦଳର ଦ୍ରୃତତମ ବୋଲର ଜଶପ୍ରିତ ବୁମରା । ଆଜି ଗୋଆରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଛି । କରୋନା କଟକଣା ଭିତରେ ହାତ ଗଣତି କିଛି ଅତିଥି ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସରିଛି ବିବାହ । ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି ଜଶପ୍ରିତ । ଦୁହିଁଙ୍କ ବିବାହର ଫଟୋ ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ଟୁଇଟର ଆକାଉଂଟରେ ସେୟାର କରାଯାଇଛି । ଫଟୋରେ ଉଭୟ ବହୁତ ଖୁସି ଥିବା ସହ ପରସ୍ପର ପରସ୍ପରରକୁ ପ୍ରେମଭରା ନଜରରେ ଚାହୁଁଥିବା ଦେଖିବାକୁ ମିଳିଛି ଏବଂ ଏହି ଫଟୋଟି ଖୁବ ଭାଇରାଲ ହେବାରେ ଲାଗିଛି ।

Advertisment

ଏଥିସହ ବୁମରା ମଧ୍ୟ ନିଜ ଅଫିସିଆଲ ଟ୍ୱିଟର ଆକାଉଂଟରେ ଉଭୟଙ୍କ ବିବାହର ଫଟୋ ସେୟାରେ କରିବା ସହ ଲେଖିଛନ୍ତି ‘ ଆଜିଠୁ ଆମେ ନୂଆ ଯାତ୍ରା ଆରମ୍ଭ କରୁଛୁ, ଆଜି ଆମ ଜୀବନର ସବୁଠୁ ଖୁସିର ଦିନ, ଏହି ଖବର ମୋର ଫ୍ୟାନ୍ସ ମାନଙ୍କୁ ଜଣାଇ ଆମେ ଆପଣଙ୍କ ଆଶୀର୍ବାଦ କାମନା କରୁଛି ‘ ।

କିଛି ଦିନ ତଳେ ଏହି ଦୁଇ ଯୋଡିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଇଥିଲା । ଯାହା ଏବେ ସତ ପ୍ରମାଣିତ ହେଇଛି । ଜଶପ୍ରିତ ଏବଂ ସଂଜନା ବହୁତ ଦିନ ଧରି ପରସ୍ପରକୁ ଡେଟ କରି ଆସୁଥିଲେ ଏବଂ ଏବେ ସେମାନେ ବିବାହ କରିଛନ୍ତି । ସଞ୍ଜନା ଜଣେ ଟିଭି ଉପସ୍ଥାପିକା ହେବା ସହ ଜଣେ ମଡେଲ ମଧ୍ୟ । ୨୮ ବର୍ଷୀୟ ସଂଜନା ଗଣେଶନ ୨୦୧୩ରେ ଫେମିନା ଗର୍ଜିଅସର ଟାଇଟେଲ ହାସଲ କରିଥିଲେ । ଏଥିସହ ଆଇସିସି ୱାଲଡ କପ ୨୦୧୯ରୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲରେ ସେ ହୋଷ୍ଟିଂ କରିସାରିଛନ୍ତି । ଏହା ସହ ଟିଭି ରିଆଲିଟି ସୋ ଏମଟିଭି ସ୍ପିଲଟସ ଭିଲ୍ଲାରେ ଡେବ୍ୟୁ କରିଥିଲେ । ତା ସହିତ କୋଲକାତା ନାଇଟ ରାଇଡରସରେ ମଧ୍ୟ ଆଙ୍କରିଂ କରିଛନ୍ତି ।