କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବେଶ ରୋମାଞ୍ଚକର ହେବାରେ ଲାଗିଛି । ଭାରତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୨୦୨ ରନରେ ଅଲଆଉଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ସ୍ଥିତିରେ ସମ୍ମୁଖୀନ ହୋଇଛି । ତେବେ ଭାରତ ପ୍ରଥମ ଇନିଂସରେ ରାହୁଲ ଓ ଅଶ୍ୱିନୀଙ୍କ ଲଢୁଆ ଇନିଂସ ବଳରେ ୨୦୨ ରନ କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ଭାରତର ପ୍ରଥମ ଇନିଂସ ଶେଷ ବେଳକୁ କିଛି ଏମିତି ସଟ୍ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

Advertisment

ଭାରତର ପ୍ରଥମ ଇନିଂସରେ ବୁମରା ଶେଷ ଆଡକୁ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ମାତ୍ର ୧୧ ବଲରୁ ୧୪ ରନର ଇନିଂସରେ ୨ଟି ଚୌକା ଓ ଗୋଟିଏ ଛକା ରହିଥିଲା । ଅଥାର୍ତ ବୁମରାଙ୍କ ସମସ୍ତ ରନ୍ ବାଉଣ୍ଡରୀରୁ ହିଁ ଆସିଥିଲା । ତେବେ ବୁମରା ନିଜର ଏହି କ୍ଷୁଦ୍ର ଇନିଂସରେ ଯେଉଁ ଛକା ମାରିଥିଲେ ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର କାଗିସୋ ରବଡାଙ୍କ ଏକ ବାଉନସର ବଲକୁ ବୁମରା ଯେଉଁଭଳି ଢଙ୍ଗରେ ବାଉଣ୍ଡରୀ ବାହାରକୁ ପଠାଇଲେ ତାହା ଦେଖିବା ଯୋଗ୍ୟ ଥିଲା । ଆଉ ଏହି ଛକା ଯେତେବେଳେ ବାଉଣ୍ଡରୀ ବାହାରକୁ ଯାଇଥିଲା ସେତେବେଳେ ବୁମରାଙ୍କ ପତ୍ନୀ ସଞ୍ଜନା ଗଣେଶନ ବେଶ ଖୁସି ହୋଇଥିଲେ । ବୁମରାଙ୍କ ଏହି ସଟ ଦେଖି ତାଳି ବଜାଇ ସେଲିବ୍ରେସନ କରିଥିଲେ ସଞ୍ଜନା ।

ବୁମରାଙ୍କ ବ୍ୟତୀତ ରାହୁଲ ଓ ଅଶ୍ୱୀନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ଖେଳାଳୀ ସେଭଳି ପ୍ରଦର୍ଶନ କରିବାରେ ସଫଳ ହୋଇନଥିଲେ । ଖାସକରି ରାହାଣେ-ପୂଜାରା-ପନ୍ତଙ୍କ ବ୍ୟାଟରୁ ସେଭଳି ବଡ ଇନିଂସ ଦେଖିବାକୁ ମିଳିନଥିଲା । ଯାହା ଭାରତର ଚିନ୍ତାକୁ ବଢାଇ ଦେଇଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୋହଲି ଖେଳୁନଥିବା ବେଳେ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟପଟେ ବୁମରାଙ୍କୁ ଟିମର ଉପ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ ।