ଇଦରେ ଭାଇଜାନଙ୍କ ଫିଲ୍ମର ବମ୍ପର ଓପନିଂ! ୪ ହଜାର ସ୍କ୍ରିନରେ ହାଉସଫୁଲ ‘ଭାରତ’, ସଲମାନ ଓ କାଟ୍ରିନାଙ୍କ କେମେଷ୍ଟ୍ରୀକୁ ପସନ୍ଦ କଲେ ଦର୍ଶକ

249

କନକ ବ୍ୟୁରୋ : ଇଦରେ ସଲମାନ୍ ଖାନଙ୍କ ଫ୍ୟାନମାନଙ୍କୁ ଭାଇଜାନଙ୍କ ବଡ ଭେଟି । ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ । ଏକ ୟୁନିକ୍ ଲଭ୍ ଷ୍ଟୋରୀ ଓ ପରିବାର ପ୍ରତି ସମର୍ପଣର କାହାଣୀ ହେଉଛି ଭାରତ । ସିନେମାରେ ହିରୋ ସଲମାନ୍ ଖାନ୍, ହିରୋଇନ କ୍ୟାଟ୍ରିନା କୈଫ୍, ସୁନୀଲ୍ ଗ୍ରୋଭର୍, ଦିଶା ପଟାନୀ, , ତବୁ, ଜ୍ୟାକି ଶ୍ରଫ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ଭାରତ-ପାକିସ୍ତାନ ବିଭାଜନକୁ ନେଇ ଆରମ୍ଭ ହେଉଛି ଫିଲ୍ମ ଭାରତର କାହାଣୀ । ବିଭାଜନ ପରେ ନିଜ ପରିଜନକୁ ହରାଇ କିପରି ପରିସ୍ଥିତିରେ ଲୋକେ ଗତି କରୁଛନ୍ତି ତାହାକୁ ନେଇ ଆଗଉଛି ଭାରତର କାହାଣୀ । ପ୍ରଥମ ଦିନରେ ଭାରତ ବମ୍ପର ଓପନିଂ କରିଛି । ପ୍ରାୟ ୪ ହଜାର ସ୍କ୍ରିନରେ ଏହା ରିଲିଜ ହୋଇଥିବାବେଳେ ସବୁଠି ହାଉସ୍ ଫୁଲ୍ ରହିଥିବା ସୂଚନା ମିଳିଛି ।

ସିନେମା ହଲ ଆଗରେ ଭାଇଜାନଙ୍କ ଫିଲ୍ନ ଦେଖିବାକୁ ପ୍ରବଳ ଗହଳି । ହଲ ଆଗରେ ଖଚାଖଚ ଦର୍ଶକ , ହଲ ଭିତରେ ବି ସବୁ ସିଟ ଫିଲଅପ । ଆଉ ପରଦାରେ ସଲମାନ ଯେତେବେଳେ ଭାରତ ଭୂମିକାରେ ଏଂଟ୍ରି କରିଥିଲେ, ତାଳିମାଡରେ କମ୍ପୁଥିଲା ସିନେମା ହଲ । କିଛି ଫ୍ୟାନ ତ ଭାରତ ଟିସାର୍ଟ ପିନ୍ଧି ଭାରତ ଜିନ୍ଦାବାଦର ନାରା ଦେଇଥିଲେ ।

୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନକୁ ନେଇ ଫିଲ୍ମ ଭାରତର କାହାଣୀ ଆରମ୍ଭ ହେଉଛି । ଆଉ ବିଭାଜନ ସମୟରେ ନିଜ ବାପା ଓ ଭଉଣୀଙ୍କୁ ହରାଇ ଭାରତ କିପରି ଭାରତ ଦେଶରେ ସ୍ୱାଭାବିକ ଭାବେ ବଂଚିବାକୁ ଚେଷ୍ଟା କରୁଛି ଓ ନିଜ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କିଭଳି ପାଳନ କରୁଛି, ଏହାକୁ ନେଇ ଧୀରେ ଧୀରେ ଆଗଉଛି କାହାଣୀ । ଫିଲ୍ମର ସବୁଠୁ ଚର୍ଚ୍ଚିତ ଗୀତ, ଡୁବ ଯାଉ ତେରେ ଆଖୋଁ କି ରୋଷନ ପେ, ସ୍ଲୋ ମୋସନ ପେ– ଗୀତକୁ ହୁଇସିଲ ମାରି ଦର୍ଶକ ମନଭରି ଉପଭୋଗ କରିଥିଲେ । ଫିଲ୍ମରେ ରହିଛି ସଲମାନଙ୍କ ପିଲାଦିନରୁ ବୁଢା ହେବା ପର୍ଯ୍ୟନ୍ତ ପ୍ରତିଟି ସମୟର ଚରିତ୍ର ।

ଏହି ଫିଲ୍ମରେ କମେଡିଆନ ସୁନିଲ ଗ୍ରୋଭର ଅଭିନୟ କରିଛନ୍ତି ସଲମାନଙ୍କ ସାଙ୍ଗ ବିଲାୟିତି ଭୂମିକାରେ । ଆଉ ତାଙ୍କ ଅଭିନୟରେ ଦର୍ଶକ ହସି ହସି ନାକେଦମ । ହିରୋଇନ କ୍ୟାଟ୍ରିନା କୁମୁଦ ଚରିତ୍ରରେ ଅଛନ୍ତିା ମାଙ୍କ ଅନୁମତି ନେଇ ସଲମାନ କ୍ୟାଟ୍ରିନାଙ୍କ ସହ ବିନା ବିବାହରେ ଲିଭଇନରେ ରହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସିନେମାରେ । ସିନେମାରେ ଦର୍ଶକ ଏପରି ମଜିଯାଇଥିଲେ ଯେ, ଫିଲ୍ମରେ ସଲମାନ ଜାତୀୟ ସଙ୍ଗିତ ଗାନ କରିବା ସମୟରେ ଲୋକେ ମଧ୍ୟ ଏହାକୁ ସମ୍ମାନ ଦେଇ ଠିଆ ହୋଇଯାଇଥିଲେ ।

ଚଳଚ୍ଚିତ୍ର ‘ଭାରତ’ର ନିର୍ଦ୍ଦେଶନା ଅଲ୍ଲି ଅବାସ୍ ଜାଫର୍ ତୁଲାଇଥିବାବେଳେ, ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ – ଶେଖର୍ । ଇଦ୍ ଅବସରରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ବ୍ଲକ୍ ବଷ୍ଟର୍ ହିଟ୍ ହେବ ବୋଲି ଆଶା କରାଯାଉଛି ।