କନକ ବ୍ୟୁରୋ : ଖଣ୍ଡଗିରି ଅଂଚଳରେ ଗୁଳି ମାଡ । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ନିଜ ପଡୋଶୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ନିକଟ ଭରତପୁରରେ ରହୁଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଅଶ୍ୱିନୀ ରାଉତ । ଆଜି ସଂଧ୍ୟାରେ କୌଣସି କାରଣକୁ ନେଇ ସେ ପଡୋଶୀ କୁଞ୍ଜ ବିହାରୀଙ୍କୁ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛି । ଗୁଳିମାଡରେ ଆହତ କୁଞ୍ଜ ବିହାରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ପୁଲିସ ।
ଭୁବନେଶ୍ୱର ଖଣ୍ଡିଗିରିରେ ଫୁଟିଲା ଗୁଳି : ପଡୋଶୀଙ୍କୁ ଅବସରପ୍ରାପ୍ତ ସେନା ଅଧିକାରୀ ଗୁଳିମାଡ଼ କରିଥିବା ଅଭିଯୋଗ ; ଗୁରୁତର ଅବସ୍ଥାରେ ଆହତଙ୍କୁ ମେହିକାଲରେ ଭର୍ତ୍ତି , ଛାନଭନ ଆରମ୍ଭ କଲା କମିସନରେଟ୍ ପୋଲିସ
/kanak/media/post_attachments/wp-content/uploads/2020/09/3-10.jpg)