୨୦୨୬ ସୁଦ୍ଧା ଭାରତରେ ଗଡିବ ବୁଲେଟ ଟ୍ରେନ: ଗୁଜରାଟର ସୁରଟରୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ ଗଢିବା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

130

କନକ ବ୍ୟୁରୋ: ୨୦୨୬ ସୁଦ୍ଧା ଭାରତରେ ଗଡିବ ବୁଲେଟ ଟ୍ରେନ । ଗୁଜରାଟର ସୁରଟରୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ ଗଢିବା ନେଇ ସୂଚନା ଦେଇଛନ୍ତିି ରେଳମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ବିକଶିତ ଭାରତ ସମ୍ମିଳନୀରେ ଯୋଗଦେଇ ରେଳମନ୍ତ୍ରୀ କହିଛନ୍ତି, ୨୦୨୬ ସୁଦ୍ଧା ଅହମଦାବାଦରୁ ମୁମ୍ବାଇ ୫୦୮ କିଲୋମିଟରର ହାଇ ସ୍ପିଡ ରେଳ ଟ୍ରାକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବୁଲେଟ ଟ୍ରେନ ଗୁଜରାଟର ସୁରଟରୁ ବିଲିମୋରା ଯାଏ ଗଢିବ । ଏବଂ ୨୦୨୮ ସୁଦ୍ଧା ପୁରା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ବୋଲି କହିଛନ୍ତି ଅଶ୍ୱୀନୀ ବୈଷ୍ଣବ ।