ଦେଖିବାକୁ ମିଳିଲା ବୁଲେଟ ଟ୍ରେନ ଟର୍ମିନାଲର ପ୍ରଥମ ଝଲକ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଭିଡିଓ ଜାରି

673

କନକ ବ୍ୟୁରୋ : ଖୁବଶିଘ୍ର ଭାରତରେ ଗଡିବ ବୁଲେଟ ଟ୍ରେନ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ ଟ୍ରେନ ଟର୍ମିନାଲର ଭିଡିଓ ଜାରି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଗୁଜରାଟ ଅହମଦାବାଦ ସାବରମତୀରେ ନିର୍ମିତ ଆକର୍ଷଣୀୟ ବୁଲେଟ ଟ୍ରେନ ଟର୍ମିନାଲ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏହି ଭିଡିଓ ପୋଷ୍ଟ କରିବା ପରେ ୟୁଜରର୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି । ବୁଲେଟ ଟ୍ରେନ ଷ୍ଟେସନରେ ଭାରତ କଳା ସଂସ୍କୃତି ଓ ପରମ୍ପରାକୁ ସ୍ଥାନ ଦିଆଯାଇଛି । ପ୍ରଥମ ବୁଲେଟ ଟ୍ରେନ ଅହମଦାବାଦରୁ ମୁମ୍ବାଇକ ୁଚଳାଇବାକୁ ଯୋଜନା ରହିଛି । ଜାପାନର ସହାୟତାରେ ଭାରତ ବୁଲେଟ ଟ୍ରେନ ପ୍ରକଳ୍ପ କାମ ଆରମ୍ଭ କରିଛି । କେବଳ ଦୁଇଘଂଟା ମଧ୍ୟରେ ଅହମଦାବାଦରୁ ଯାତ୍ରୀ ମୁମ୍ବାଇରେ ପହଁଚିବେ । ପ୍ରତି ଏକ ଘଂଟାରେ ୩୫୦ କିଲୋମିଟ ଦୌଡିବ ଟ୍ରେନ । ଗୋଟେ ପଟେ ପ୍ରକଳ୍ପ କାମ ଜୋରସୋରେ ଚାଲିଥବୀବେଳେ ଏବେ ମଲଟି ଜଙ୍କସନରେ ଟର୍ମିନାଲ ତିଆର ସରିଛି । ଯଦି ସବୁକିିଛି ଠିକ ରୁହେ ତେବେ ୨୦୨୬ ସୁଦ୍ଧା ଦେଶରେ ଗଡିବ ପ୍ରଥମ ବୁଲେଟ ଟ୍ରେନ୍ ।