ପାଟଣାଗଡ଼ ବୋମା ବିସ୍ଫୋରଣର ହୃଦୟ ବିଦାରକ କାହାଣୀକୁ ଆଜି ମଧ୍ୟ କେହି ଭୁଲି ପାରୁନାହାଁନ୍ତି । ଏହା କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନଥିଲା । ଇତିହାସରେ ପ୍ରଥମ ଥର ଘଟିଛି ଏଭଳି ଦୁର୍ଘଟଣା । ଯାହାର ଚିତ୍ର ସାମ୍ନାକୁ ଆସିଲେ ଛାତି ଥରି ଉଠୁଛି । ବିଶ୍ୱାସ ହେଉନାହିଁ ସେ ଦିନର ବାସ୍ତବ କାହାଣୀ । ଯେଉଁଥିରେ ନୀରବି ଯାଇଥିଲା ୩ଟି ନିରୀହ ଜୀବନ । ଉଜୁଡ଼ି ଯାଇଥିଲା ୩ଟି ପରିବାର । ଯାହା କେବଳ ଓଡ଼ିଶାରେ ସୀମିତ ନଥିଲା ବରଂ ଭାରତରେ ଖେଳି ଯାଇଥିଲା ଏହି ନୃଶଂସ କାହାଣୀର ଖବର । କାହାଣୀ ପ୍ରେମ କିମ୍ବା ପ୍ରତାରଣାର ନୁହେଁ ବରଂ ଥିଲା ହିଂସାର ଏକ ଜ୍ୱଳନ୍ତ ପ୍ରତିଛବି ।  ।

Advertisment

publive-image

ଏକ ଖବର ଅନୁସାରେ ଏହି ବାସ୍ତବ କାହାଣୀ ଉପରେ ଆଧାରିତ ହେବାକୁ ଥିବା ଫିଲ୍ମ ‘ବୁଲେଟ ରାଜା’ର ନାମକୁ ପରିବର୍ତ୍ତନ କରାଯାଇ ‘ପାଟଣାଗଡ଼ ୨୩ ଫେବୃୟାରୀ ଓଡ଼ିଶା ୨୦୧୮’ ନାମ ରଖାଯାଇଛି ।ରେଂଜ ରୟାଲ ସିନେ କ୍ଲବ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାଜେଶ ଟକରିଭର ଏବଂ ପ୍ରଯୋଜକ ଶ୍ରୀଧର ମାର୍ଥା ।

publive-image

ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ପୁଂଜିଲାଲ ଚରିତ୍ରରେ ନଜର ଆସିବାକୁ ଥିବା ଅଭିନେତା ଅତୁଲ କୁଲକର୍ଣ୍ଣୀ । ଅତୁଲ ହିନ୍ଦୀ,ତାମିଲ,ମଲୟାଲାମ,ତେଲୁଗୁ,କନ୍ନଡ଼,ମରାଠୀ ଏବଂ ଇଂରାଜୀ ଭାଷାର ଫିଲ୍ମରେ ମଧ୍ୟ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ଏହି ଫିଲ୍ମରେ ତାଙ୍କ ଓଡ଼ିଆ କହିବାର ଶୈଳୀକୁ ଦର୍ଶକ ଖୁବ ପସନ୍ଦ କରିବେ । ଫିଲ୍ମ କେବଳ ଓଡ଼ିଆ ଭାଷାରେ ନୁହେଁ ବରଂ ଅନ୍ୟ କେତେକ ଭାଷାରେ ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମରେ ଅତୁଲଙ୍କ ବ୍ୟତୀତ ମନୋଜ ସାହୁ ଏବଂ ହର ରଥ ମୁଖ୍ୟ ଚରିତ୍ରରେ ନଜର ଆସିବେ ।