କନକ ବ୍ୟୁରୋ : ଅସାମାଜିକଙ୍କ କାର୍ଯ୍ୟସ୍ଥଳୀ ଉପରେ ବୁଲିବ ବୁଲଡୋଜର । ଜଳେଶ୍ୱର ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳଭୁମିରେ ଖୁଲମଖୁଲ୍ଲା ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Advertisment

ବେଳାଭୂମିରୁ ବେଆଇନ ଘର ଉଚ୍ଛେଦ ପାଇଁ ମାଇକ ଲଗାଇ ଭୋଗରାଇ ତହସିଲ ପକ୍ଷରୁ ପ୍ରଚାର କରାଯାଉଛି । ୧ ଘଣ୍ଟା ମଧ୍ୟରେ ଘର ଖାଲି ନକଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପ୍ରଚାର କରାଯାଉଛି । ବେଳାଭୂମିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।