କନକ ବ୍ୟୁରୋ: ଅପରାଧିଙ୍କ ଘର ଉପରେ ବୁଲିବ ବୁଲଡୋଜର। ତାଲିକା ପ୍ରସ୍ତୁତ କରୁଛି ପୋଲିସ । ଗତକାଲି ଝାରସୁଗୁଡା ବନ୍ଧବାହାଲରେ ଜବରଦଖଲ ସ୍ଥାନରେ ପ୍ରଶାସନ ବୁଲଡୋଜର ବୁଲାଇଥିଲା। ଏହାପରେ ଅପରାଧିଙ୍କ ଘର ଭାଙ୍ଗିବା ଉପରେ ଆକ୍ସନ ମୋଡରେ ପୋଲିସ । ପ୍ରାଥମିକ ପର୍ୟ୍ୟାୟରେ ଅପରାଧି ମାନଙ୍କର ତାଲିକା ପ୍ରସ୍ତୁତ ପାଇଁ ଏସପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି।
ଯେ କେହି ବି ସରକାରୀ ଜାଗା ଜବରଦଖଲ କରି ସଂଗଠିତ ଅପରାଧ କଲେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି କହିଛନ୍ତି। ଆଗକୁ ସବୁ ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିବ। ବନ୍ଧବାହାଲରେ ସରକାରୀ ଜମିକୁ ଜବରଦଖଲ କରି ମାଂସ ଦୋକାନ, ଗ୍ୟାରେଜ ଓ ରାସନ ଦୋକନ କରିଥିଲା ମହମ୍ମଦ ସୋନୁ । ତା ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ୟୁପିରେ ଯୋଗୀ ସରକାର ଅପରାଧୀଙ୍କୁ ସାବାଡ କରିବାକୁ ଯେଉଁଭଳି ବୁଲଡୋଜର ଚଳାଉଛି ସମାନ ରଣନୀତି ଓଡିଶାରେ ଏବେ ଦେଖିବାକୁ ମିଳିଛି ।