କନକ ବ୍ୟୁରୋ : ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜବରଦଖଲ ଉପରେ ଚାଲିଲା ବୁଲଡୋଜର । ଭଦ୍ରକ ସହରର କଚେରୀବଜାର ଓ ବିଭିନ୍ନ ଅଞ୍ଚଳରେ ବେଆଇନ ଜବରଦଖଲ ଉପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡୋଜର ଚାଲିଛି । ପ୍ରଥମ ଦିନରେ ସହର ମଧ୍ୟରେ ଅପତ୍ତିବିନ୍ଧା ନିକଟରେ ସରକାରୀ ଜମିକୁ ଅବରୋଧ କରି ହୋଇଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଇ ଏହି ଘର ଗୁଡିକୁ ଭଙ୍ଗାଯାଇଛି । ଭଦ୍ରକରେ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ଜାରି ରହିବା ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇଥିବା ସମସ୍ତ ବେଆଇନ ଘରକୁ ଭଙ୍ଗାଯିବ ବୋଲି କହିଛନ୍ତି ଭଦ୍ରକ ସିଟି ଡିଏସପି ।