ଦିଲ୍ଲୀରେ ପୁଣି ବୁଲଡୋଜର ଆତଙ୍କ । ନ୍ୟୁ ଫ୍ରେଣ୍ଡସ କଲୋନି ଓ ମଙ୍ଗୋଲପୁରିରେ ଜବରଦଖଲ ଉଚ୍ଛେଦ କଲା ଦିଲ୍ଲୀ ନଗର ନିଗମ ।

87

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣି ବୁଲିଲା ବୁଲଡୋଜର । ମଙ୍ଗୋଲପୁରି ଓ ନ୍ୟୁ ଫ୍ରେଣ୍ଡସ କଲୋନିରେ ପ୍ରଶାସନ ପକ୍ଷରୁ ପୁଣି ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଉଚ୍ଛେଦ ସମୟରେ ବାଧା ସୃଷ୍ଟି କରିବାରୁ ଆପ ବିଧାୟକଙ୍କ ନାରେ ମାମଲା ରୁଜୁ କଲା ପୁଲିସ । ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆମ ଆଦମି ପାର୍ଟି । ସେପଟେ ‘ବୁଲଡୋଜର ବଦନାମ ହେଲା ଏନକ୍ରୋଚମେଣ୍ଟ ତୋ ପାଇଁ’ ର ନାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • ଦିଲ୍ଲୀରେ ବୁଲୁଛି ବୁଲଡୋଜର
  • ସାହିନବାଗ ପରେ ମଙ୍ଗୋଲପୁରିରେ ପ୍ରହାର

ଦିଲ୍ଲୀରେ ପୁଣି ବୁଲିଲା ବୁଲଡୋଜର । ଦିଲ୍ଲୀର ମଙ୍ଗୋଲପୁରି ଓ ନ୍ୟୁ ଫ୍ରେଣ୍ଡସ କଲୋନିରେ ପୁଣି ଜବର ଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ । ଶହ ଶହ ପୁଲିସ ଓ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଅଞ୍ଚଳରେ ବେଆଇନ ଦଖଲ କରିଥିବା ସମ୍ପତ୍ତି ଉପରେ ବୁଲଡୋଜର ଚଲେଇଛି ଦକ୍ଷିଣ ଦିଲ୍ଲୀ ନଗର ନିଗମ । ଘର ବାହାରେ ଥିବା ପାର୍କିଂ, ପାଚେରି ଓ ଅନ୍ୟ ଅବୈଧ ନିର୍ମାଣକୁ ଧ୍ୱଂସ କରିଦେଇଛି ବୁଲଡୋଜର । ସେହିପରି ସମସ୍ତ ପ୍ରକାର ବେଆଇନ ନିର୍ମାଣ ଉପରେ ନଗର ନିଗମ କର୍ମଚାରୀ ମାନେ ମଧ୍ୟ ଲୁହା ରଡ ଧରି ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି

  • ଉଚ୍ଛେଦ ଅଭିଯାନକୁ ‘ଆପ୍’ର ବିରୋଧ
  • ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

ଗୋଟିଏ ପରେ ଗୋଟିଏ ସ୍ଥାନରେ ବୁଲଡୋଜର ଚଢଉ ଜାରି ରଖିଛି ଦକ୍ଷିଣ ଦିଲ୍ଲୀ ନଗର ନିଗମ । ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଥିବା ସମସ୍ତ ପ୍ରକାର ଅବୈଧ ନିର୍ମାଣ ଉପରେ ବୁଲଡୋଜର ପ୍ରହାର କରୁଛି ପ୍ରଶାସନ । ସୋମବାର ଦିଲ୍ଲୀର ସାହିନବାଗରେ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପ୍ରଶାସନକୁ ପଛଘୁଞ୍ଚା ଦେବାକୁ ପଡିଥିଲା । ହେଲେ ପୁଣିଥରେ ମଙ୍ଗଳବାର ମଙ୍ଗୋଲପୁରି ଓ ନ୍ୟୁ ଫ୍ରେଣ୍ଡସ କଲୋନିରେ ଥିବା ବେଆଇନ କବଜା ଉପରେ ବୁଲୋଡୋଜର ପ୍ରହାର କରିଛି ପ୍ରଶାସନ । ଉଚ୍ଛେଦ ସମୟରେ ସରକାରୀ କାମରେ ବାଧା ସୃଷ୍ଟି କରିବାରୁ ଆପ ବିଧାୟକଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ । ସେହିପରି ଆପ ବିଧାୟକ ଅମନତୁଲ୍ଲା ଖାନଙ୍କ ନାରେ ମାମଲାରୁଜୁ ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ଆପ ଓ ବିଜେପି ମୁହାଁ ମୁହିଁ ହୋଇଛନ୍ତି । ଗତ ୩ ତାରିଖରେ ଆରମ୍ଭ ହୋଇଥିବା ଏହି ଜବର ଦଖଲ ଉଚ୍ଛେଦ ଅଭିଯାନ ଆସନ୍ତା ୧୩ ମଇ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି ।