ବାହାନଗା ସ୍କୁଲରେ ଚାଲିଲା ବୁଲଡୋଜର, ଭାଙ୍ଗିଲା ସ୍କୁଲ ଘର

226

କନକ ବ୍ୟୁରୋ: ଭାଙ୍ଗିଲା ବାଲେଶ୍ୱର ବାହାନଗା ସ୍କୁଲ । ବାହାନଗା ସ୍କୁଲରେ ଆଜି ବୁଲଡୋଜର ଚଢିଛି । ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହି ସ୍କୁଲରେ ମୃତଦେହ ଗୁଡ଼ିକ ରଖାଯାଇଥିଲା । ଯଦିଓ ଏବେ ଏଠାରେ ଶବ ନାହିଁ କିନ୍ତୁ ସେହି ବିଦ୍ୟାଳୟ କୋଠାକୁ ଭାଙ୍ଗି ଦିଆଯାଉଛି । ଆଜି ସ୍କୁଲର କିଛି ଘରକୁ ମାଟିରେ ମିଶାଇ ଦିଆଯାଇଛି । ତେବେ ଏହି ସ୍କୁଲକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ରହିଛି । ତେଣୁ ପିଲାମାନେ କିନ୍ତୁ ଏହି ସ୍କୁଲ ଆସିବାକୁ ରାଜି ନଥିବା ଜଣାପଡିଛି । ତେଣୁ ସ୍କୁଲ ଘର ଭାଙ୍ଗି ଦିଆଯାଇଛି ।

ଅନ୍ୟପଟେ ଲୋକଙ୍କ ଦାବିକୁ ଅଗ୍ରାଧିକାର ଦେଇ ସ୍କୁଲ ଭାଙ୍ଗି ନୂଆ କାମ କରିବାକୁ ଅନୁରୋଧ କରିଥିଲା ସ୍କୁଲ କମିଟି । କାରଣ ୭ଟି ଶ୍ରେଣୀଗୃହ ଓ ଡାଇନିଂ ହଲରେ ଶତାଧିକ ମୃତଦେହ ରହିଥିଲା । ଏବେ ବି ସେହି କାନ୍ଥରେ ରକ୍ତରଛିଟା ରହିଛି । ତେଣୁ ପିଲାମାନଙ୍କ ମନରେ ଭୟ ଓ ନକରାତ୍ମକ ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି । ଗତକାଲି ଠାରୁ ସ୍କୁଲ ଘର ଭଙ୍ଗା କାମ ଆରମ୍ଭ ହୋଇଛି ।