ବୁଲିଲା ବୁଲଡୋଜର ! ବ୍ରହ୍ମଗିରି କୃଷ୍ଣପ୍ରସାଦ ଚିଲିକା ପାଣି ଭିତରେ ବେଆଇନ୍ ଚିଙ୍ଗୁଡି ଘେରି ସହ ଭାଙ୍ଗିଲା ଘର

225

କନକ ବ୍ୟୁରୋ : ଚିଲିକାରେ ବୁଲିଲା ବୁଲଡୋଜର । ପାଣି ଭିତରେ ଘର ଭାଙ୍ଗିଲା ବୁଲଡୋଜର । ଚିଲିକାରେ ବେଆଇନ ମାଛ ଚାଷ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚିଲିକାରେ ହୋଇଥିବା ବେଆଇନ ଚିଙ୍ଗୁଡି ଚାଷ ଉଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ । ଚିଲିକା ଡେଭଲପମେଂଟ ଆଡିସନାଲ୍ ଚିଫ୍ ଏକଜିକ୍ୟୁଟିଭଙ୍କ ନେତୃତ୍ୱରେ ଗତ ୨୮ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ଚିଲିକାରେ ଉଚ୍ଛେଦ କରାଯାଇଥିଲା । ଏକ ବୋଟରେ ଚିଲିକା ଭିତରକୁ ଯାଇଥିଲା ବୁଲଡୋଜର ।

ପାଣି ଭିତରେ ଚିଙ୍ଗୁଡି ମାଫିଆ କରିଥିବା ବାଉଁଶ ଘରକୁ ଭାଙ୍ଗିବା ସହ ଘେରକୁ ଉଚ୍ଛେଦ କରିଛି ଏହି ବୁଲଡୋଜର । ଚିଲିକା ଅବବାହିକାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚିଙ୍ଗୁଡି ଘେରି କରୁଛନ୍ତି ଚିଙ୍ଗୁଡି ମାଫିଆ । ବ୍ରହ୍ମପୁରର କୃଷ୍ଣପ୍ରସାଦ ଚିଲିକାରେ ସବୁଠାରୁ ଅଧିକ ବେଆଇନ ଘେରି ହୋଇଛି । ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଖରେ ଖବର ପହଂଚିବା ପରେ ଏହାର ସ୍ଥିତି ଅନୁଧ୍ୟାନ କରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।