ରାଜରାସ୍ତାରେ ଷଣ୍ଢ ଲଢେଇ ! ଭାଙ୍ଗିଲା ଅନେକ ଗାଡି, ଆତଙ୍କ ଖେଳିଗଲା ବଜାରରେ

444

କନକ ବ୍ୟୁରୋ : ଜନଗହଳି ବଜାରରେ ଷଣ୍ଢ ଲଢେଇ । ଚାନ୍ଦବାଲି ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସଂଧ୍ୟା ସମୟରେ ହଠାତ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଥିଲା । ଦୀର୍ଘ ସମୟ ଧରି ପୁରା ବଜାର ରଣଭୂମି ପାଳଟିଲା । ଷଣ୍ଢଙ୍କ ଧକ୍କାରେ ଏକାଧିକ ଗାଡି ଭାଙ୍ଗିଥିବା ଜଣାପଡିଛି । କିଭଳି ପରସ୍ପରକୁ ଧକ୍କା ଦେବା ପାଇଁ କେମିତି ଚେଷ୍ଟା କରୁଛନ୍ତି ଦୁଇ ଷଣ୍ଢ । ସେମାନଙ୍କ ଲଢେଇ ଏପରି ଥିଲାଯେ ଲୋକେ ଠେଙ୍ଗାରେ ବାଡେଇ ମଧ୍ୟ ଅଲଗା ହେଉନଥିଲେ ।

ଷଣ୍ଢ ଲଢେଇ ଯୋଗୁଁ ବଜାରେ ଆତଙ୍କ ଖେଳିଯାଇଥିଲା ଏବଂ ରାସ୍ତାରେ ଗାଡିଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଦୀର୍ଘ ସମୟ ପରେ ସେମାନେ ଅଲଗା ହୋଇଥିଲେ । ଏପଟେ ଚାନ୍ଦବାଲି ବଜାରରେ ଷଣ୍ଢଙ୍କ ସଂଖ୍ୟା ବଢିଥିବାରୁ ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି । କିନ୍ତୁ ଷଣ୍ଢଙ୍କ ଯୋଗୁଁ ସାଧାରଣ ପଥଚାରୀ ଓ ଛୋଟ ପିଲା, ମହିଳା ଡରି ଡରି ଯାତ୍ରା କରୁଛନ୍ତି । ତେଣୁ ଏନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।