ଷଣ୍ଢକୁ ଦେଖିଲେ ଲାଗୁଛି ଡର ! ରାଜଧାନୀରେ ମାତିଛନ୍ତି ମାରଣା ଷଣ୍ଢ, ଯାହାକୁ ଦେଖୁଛି ତାକୁ ଭୁସୁଛି

ଷଣ୍ଢକୁ ଦେଖିଲେ ଲାଗୁଛି ଡର ! ରାଜଧାନୀରେ ମାତିଛନ୍ତି ମାରଣା ଷଣ୍ଢ, ଯାହାକୁ ଦେଖୁଛି ତାକୁ ଭୁସୁଛି

କନକ ବ୍ୟୁରୋ : ରାଜଧାନୀରେ ଷଣ୍ଢ ଆତଙ୍କ । ରାଜଧାନୀର ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଓ ବଡଗଡ ଅଂଚଳରେ ଏପରି ଆତଙ୍କ ଲୋକଙ୍କ ନିଦ ହଜେଇ ଦେଇଛି । ମାରଣା ଷଣ୍ଢର ଆକ୍ରମଣରେ ୨ ଜଣ ଗୁରୁତର ଆହତ ହେବା ପରେ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ଆତଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଓ ଜଣେ ଛାତ୍ର । ଚିନ୍ତାମଣିଶ୍ୱର କେନାଲ ରୋଡ ଦେଇ ଦୀପୁ ସାହୁ ନାମକ ଛାତ୍ର ଯିବା ବେଳେ ମାରଣା ଷଣ୍ଢ ତାଙ୍କ ଜଂଘକୁ ଭୁଷି କଚାଡି ଦେଇଥିଲା ।

ତାଙ୍କୁ ଗୁରତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ବଡଗଡ ଅଂଚଳରେ ଷଣ୍ଢ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ନାମ ଦୀପା ସାହୁ ବୋଲି ଜଣାପଡିଛି । ତେବେ ଶେଷ ସୂଚନା ସୁଦ୍ଧା ମାରଣା ଷଣ୍ଢକୁ କାବୁ କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ଛାନିଆ ଖେଳି ଯାଇଛି । ଲୋକେ ଏବେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe