ଧକ୍କା ଦେଲା ଟ୍ରାକ୍ଟର, ରାଗିଗଲା ଷଣ୍ଢ । ରାସ୍ତା ଉପରେ ଅଢେଇ ଘଣ୍ଟା କାଳ ଗାଡିକୁ ଅଟକ ରଖିଲା ପଶୁ ।

Advertisment
ଧକ୍କା ଦେଲା ଟ୍ରାକ୍ଟର, ରାଗିଗଲା ଷଣ୍ଢ । ରାସ୍ତା ଉପରେ ଅଢେଇ ଘଣ୍ଟା କାଳ ଗାଡିକୁ ଅଟକ ରଖିଲା ପଶୁ ।

କନକ ବ୍ୟୁରୋ: ପ୍ରତିଶୋଧ... ପ୍ରତିଶୋଧ... ପ୍ରତିଶୋଧ... । ଖାଲି ମଣିଷ ନିଏନି ପ୍ରତିଶୋଧ ବରଂ ପଶୁମାନେ ବି କେବେ କେବେ ଭୟଙ୍କର ପ୍ରତିଶୋଧ ନିଅନ୍ତି । ରାଗର ଚରମ ସୀମା ଟପି ମଣିଷକୁ ଡରେଇ ଡରେଇ ରଖନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଆସିଛି ବାଲେଶ୍ୱର ଜିଲ୍ଲା ସୋର ସହରରୁ । ଯେଉଁଠି ଗୋଟେ ମାରଣା ଷଣ୍ଢ ରାଗିଗଲା ପରେ ରାସ୍ତାରେ ଆତଙ୍କ ରଚିଛି ଆଉ ଗୋଟେ ମାଟି ବୋଝେଇ ଟ୍ରାକ୍ଟରକୁ ଅଢେଇ ଘଣ୍ଟା କାଳ ଅଟକେଇ ରଖିଛି ।

ତେବେ ସୋର ମଦେଖାଁ ଛକ ନିକଟରେ ଗୋଟିଏ ଷଣ୍ଢ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ଗୋଟିଏ ମାଟି ବୋଝେଇ ଟ୍ରାକ୍ଟର ଷଣ୍ଢଟିକୁ ଧକ୍କା ଦେଇଥିଲା । ଆଘାତ ଦେବା ପରେ ଟ୍ରାକ୍ଟରଟି ପଳାଇଯିବାକୁ ଚେଷ୍ଟା କରୁଥିଲା ହେଲେ ଦୁର୍ଘଟଣା ପରେ ଷଣ୍ଢଟି ଏତେ ଜୋରରେ ରାଗି ଯାଇଥିଲା ଯେ ଉକ୍ତ ଟ୍ରାକ୍ଟରକୁ ଅଢେଇ ଘଣ୍ଟା କାଳ ରାସ୍ତା ଉପରେ ଅଟକାଇ ରଖିଥିଲା । ଯେତେ ଚେଷ୍ଟା କଲେ ବି ଟ୍ରାକ୍ଟର ସେଠୁ ଖସି ପଳାଇ ପାରୁ ନଥିଲା ।

ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଷଣ୍ଢଟିକୁ ବିଭିନ୍ନ ଖାଦ୍ୟ ଦେଇ ପ୍ରଲୋଭିତ କରି ଅନ୍ୟତ୍ର ନେଇଯିବାକୁ ଚେଷ୍ଟା କରୁଥିଲେ ବି ଟ୍ରାକ୍ଟର ଷ୍ଟାଟ୍ ମାରିବା ଆରମ୍ଭ ହେବା ମାତ୍ରେ ଷଣ୍ଢଟି ପୁଣି ସେହି ଟ୍ରାକ୍ଟର ନିକଟକୁ ଆସି ଟ୍ରାକ୍ଟରଟିର ବାଟ ଓଗାଳିବା ସହ ଟ୍ରାକ୍ଟର ଉପରେ ଚଢିବାକୁ ଚେଷ୍ଟା କରିଥିଲା ।

ବଡ ଆଶ୍ଚର୍ଯ୍ୟର କଥା ସେହି ବାଟ ଦେଇ ଅନ୍ୟ ସମସ୍ତ ଗାଡି ମଟର, ଆମ୍ବୁଲାନ୍ସକୁ ରାସ୍ତା ଛାଡି ଦେଉଥିବା ବେଳେ ସେହି ଟ୍ରାକ୍ଟରଟିକୁ ଅଢେଇ ଘଣ୍ଟା ଧରି ଅଟକ ରଖିଥିଲା । ପରେ ଲୋକମାନେ ପାଉଁରୁଟି, କଦଳୀ ଦେଇ ଅନ୍ୟମନସ୍କ କରାଇବା ପରେ ଟ୍ରାକ୍ଟରଟି ସେହି ସ୍ଥାନରୁ ଖସି ପଳାଇ ଯାଇଥିଲା । ତେବେ ପଶୁଙ୍କ ପ୍ରତିଶୋଧର ଏ ଚିତ୍ର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe