କରୋନା ସଙ୍କଟ ଭିତରେ ନିଆଳିରେ ଷଣ୍ଢ ଆତଙ୍କ । ୭ରୁ ଅଧିକ ଲୋକ ଆହତ ନାକେଦମ୍ ହେଲା ପ୍ରଶାସନ, ଟ୍ରାଙ୍କୁଲାଇଜ୍ କଲେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ୍ସପର୍ଟ ।

659

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ସଡାଶଂ ଅଂଚଳରେ ଷଣ୍ଢ ଆତଙ୍କ । ଦୀର୍ଘ ୪ଦିନ ଧରି ଏକ ଷଣ୍ଡ ନିଆଳିବାସୀଙ୍କୁ ନାକେଦମ୍ କଲାଣି । ଏପରିକି ଷଣ୍ଢ ଆକ୍ରମଣରେ ୭ଜଣ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ଷଣ୍ଢକୁ କାବୁ କରିବାକୁ ସ୍ଥାନୀୟ ଲୋକ ପ୍ରଶାସନ ପାଖରେ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ପରେ ନିଆଳି ପ୍ରଶାସନ ପକ୍ଷରୁ ଷଣ୍ଢକୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ସୂଚନା ମୁତାବକ, ତହସିଲଦାର, ଥାନା ଅଧିକାରୀ, ବନବିଭାଗ ଅଧିକାରୀ ,ଅଗ୍ନିଶମ ବିଭାଗର କର୍ମଚାରୀ ,ପ୍ରାଣୀଚିକିତ୍ସକ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏପରିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟ୍ରାଙ୍କୁଲାଇଜର ଏକ୍ସପର୍ଟ ରାମଚନ୍ଦ୍ର କାଣ୍ଡିକୁ ଡକାଯାଇ ଆଜି ଷଣ୍ଡିଟିକୁ କାବୁ କରିବା ପାଇଁ ଉଦ୍ୟମ କରିଥିଲା ପ୍ରଶାସନ । ନାକେଦମ୍ ହେବା ପରେ ଶେଷରେ ଷଣ୍ଢଟି କାବୁକୁ ଆସିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରାଣୀ ଚିକିତ୍ସିକ ବେହୋସ ଷଣ୍ଢଟିର ଚିିକିିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାର କିଛି ଘଣ୍ଟା ପରେ ଷଣ୍ଢଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ପ୍ରାଣୀ ଚିକିତ୍ସକ କହିଛନ୍ତି କି, ଅଧିକ ଟ୍ରାଙ୍କୁଲାଇଜର ଯୋଗୁଁ ଷଣ୍ଢଟି ମୃତ୍ୟୁ ବରଣ କରିଥିଲା ।