କନକ ବ୍ୟୁରୋ : ଏବେ ବି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଉଭୟ ଦେଶଙ୍କର ଅନେକ କ୍ଷୟକ୍ଷତି ଘଟିଲାଣି । ତଥାବି ଯୁଦ୍ଧ ବିରାମର କୌଣସି ଆଶଂକା ଦେଖାଯାଉନାହିଁ । ଏହିରି ମଧ୍ୟରେ ୟୁକ୍ରେନକୁ ସହାୟତା କରିବା ପାଇଁ ଆଗେଇ ଆସିଛି ବୁଲଗେରିଆ । ପ୍ରାୟ ୧୦୦ ଶସସ୍ତ୍ର ବାହୀନି ଧରି ୟୁକ୍ରେନର ସହାୟତା କରିବା ପାଇଁ ଆଗେଇ ଆସିଛି ବୁଲଗେରିଆ ।

Advertisment

୧୯୮୦ ଦଶକରେ ବୁଲଗେରିଆକୁ ସୋଭିଏତ୍ ଯୁଗର ସଶସ୍ତ୍ର ଯାନ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ କିନ୍ତୁ ବୁଲଗେରିଆ ୟୁକ୍ରେନକୁ ସମର୍ଥନ କରିବା ସହ ଋଷ ବିରୋଧରେ ଛିଡା ହୋଇଛି ।
ଋଷ ଏକା ଏହି ଯୁଦ୍ଧ ଲଢୁଥିବା ବେଳେ ୟୁକ୍ରେନକୁ ନାଟୋ ଦେଶ ଏବଂ ଆମେରିକାର ସହଯୋଗ ମିଳିଆସୁଛି । ଗତ କିଛି ଦିନ ତଳେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବମ୍ ଯୋଗାଇଦେବା ନେଇ କହିବା ପରେ ଚିହିଁକି ଉଠିଥିଲା ଋଷ । ଋଷ କହିଥିଲା, ଆମ ପାଖରେ ବି ପ୍ରଚୁର ପରିମାଣରେ କ୍ଲଷ୍ଟର ବମ୍ ରହିଛି । ଯଦି ୟୁକ୍ରେନକୁ କ୍ଲଷ୍ଟର ବମ୍ ଯୋଗାଇବାର ଭୁଲ କରେ ଆମେରିକା ତେବେ ପରିଣାମ ଭଲ ହେବନି ବୋଲି ଚେତାବନୀ ଦେଇଥିଲା ଋଷ