କନକ ବ୍ୟୁରୋ: ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଯୁବତୀଙ୍କୁ ପାର୍କରେ ନିର୍ଯାତନା ଦିଆଯିବା ଘଟଣାରେ ଅଭିଯୁକ୍ତଙ୍କୁ ଶାସ୍ତି । ଜେଲ ଗଲେ ୭ ଅଭିଯୁକ୍ତ ଏପଟେ ସେମାନଙ୍କ ଘର ଉପରେ ଚାଲିଲା ବୁଲ ଡୋଜର । ସମସ୍ତ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଦିଆଯିବା ପରେ ସେମାନଙ୍କ ଘରକୁ ବୁଲ ଡୋଜର ଲଗାଇ ଭାଙ୍ଗିଦେଇଛି ପ୍ରଶାସନ ।

Advertisment

ସୂଚନା ଅନୁସାରେ ଏହି ୭ଜଣ ଅଭିଯୁକ୍ତ ଅବୈଧ ଭାବେ ଘର ତିଆରି କରିଥିଲେ । ଏହାସହ ଏହି ୭ଜଣ ଯୁବକ ସିଟି ଫରେଷ୍ଟ ପାର୍କରେ ଜଣେ ଯୁବକଙ୍କୁ ନିର୍ଯାତନା ଦେଇଥିଲେ । ଯୁବତୀ ଜଣକ ପାର୍କରେ ନିଜ ପୁଅ ବନ୍ଧୁଙ୍କ ସହ ବୁଲୁଥିବାବେଳେ ଏହି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଖରାପ ବ୍ୟବହାର କରିବା ସହ ତାଙ୍କୁ ବିବସ୍ତ୍ର କରିବା ସହ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ ।

ପୋଲିିସ ଏହି ଘଟଣାର ଯାଞ୍ଚ କରି ଯୁବକଙ୍କୁ ଅଭିଯୁକ୍ତ ପାଇବା ପରେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଦେଇଥିବା ଜଣାପଡିଛି ।