ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ବସ୍ ! ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ । 

ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ବସ୍ ! ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ । 

ଉତ୍ତରପ୍ରଦେଶର ବୁଲନ୍ଦସହରକୁ ତୀର୍ଥଯାତ୍ରା ପାଇଁ ଗୋଟିଏ ପରିବାରର ୪ ଜଣ ମହିଳା ଏବଂ ୩ ଜଣ ଛୋଟପିଲା ଆସିଥିଲେ । ଶୁକ୍ରବାର ରାସ୍ତାକଡରେ ଶୋଇଥିବା ସମୟରେ ଦ୍ରୁତଗତିରେ ମାଡି ଆସୁଥିବା ବସ୍ ଟି ୭ ଜଣଙ୍କ ଉପରେ ଚଢିଯାଇଥିଲା । ଏହି ଦୂର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲିଯାଇଛି ।

ସୂଚନା ଅନୁସାରେ , ପୀଡିତ ହାଥରସ୍ ର ବୋଲି ଜଣାପଡିଛି । ଗଙ୍ଗାନଦୀରେ ସ୍ନାନ କରିବା ପରେ ନରୋରା ଘାଟ ଫେରିଥିଲେ । ଦୂର୍ଘଟଣା ଘଟାଇଥିବା ବେସରକାରୀ ବସଟି ବୈଷ୍ଣୋଦେବୀରୁ ତୀର୍ଥଯାତ୍ରୀଙ୍କୁ ଧରି ଫେରୁଥିଲା । ପୋଲିସ୍ କହିବାନୁସାରେ , ଦୂର୍ଘଟଣା ଘଟାଇବା ପରେ ଗାଡି ଚାଳକ କେଉଁଆଡେ ଫେରାର୍ ହୋଇଯାଇଛି । ୭ ଟି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe