ବୁଲା ଭିକାରୀର ୫ବର୍ଷର ପୁଅକୁ ଅପହରଣ କରି ବିକ୍ରି ଅଭିଯୋଗ : ୧ଲକ୍ଷ ଟଙ୍କାରେ ପୁଅକୁ ବିକ୍ରି କରିଥିବା ଅଭିଯୋଗ; ୪ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ

103

କନକ ବ୍ୟୁରୋ : ଶିଶୁ ଚୋରୀ ନେଇ ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏଭଳି ଏକ ଘଟଣା ରାଉରକେଲାରେ ଘଟିଛି । ଜଣେ ବୁଲା ଭିକାରୀର ୫ ବର୍ଷର ପୁଅକୁ ଅପରହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଆଧାରରେ ପୁଲିସ ୪ ଜଣଙ୍କୁ ଗିରଫ କରି ସାରିଛି ।

ଗତ ୪ ତାରିଖରେ ଅଭିଯୁକ୍ତମାନେ ଶିଶୁକୁ ଅପହରଣ କରିଥିଲେ । ଗତ ୧୨ ତାରିଖରେ ପ୍ଲାଂଟସାଇଟ୍ ଥାନାରେ ଅଭିଯୋଗ କରାଯାଇଥିଲା । ତଦନ୍ତ ଜାରି ରଖି ପୁଲିସ ପଶ୍ଚିମ ମେଦିନିପୁରରୁ ଅପହୃତ ନାବାଳକକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Comments are closed.