କନକ ବ୍ୟୁରୋ : ଶିଶୁ ଚୋରୀ ନେଇ ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏଭଳି ଏକ ଘଟଣା ରାଉରକେଲାରେ ଘଟିଛି । ଜଣେ ବୁଲା ଭିକାରୀର ୫ ବର୍ଷର ପୁଅକୁ ଅପରହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଆଧାରରେ ପୁଲିସ ୪ ଜଣଙ୍କୁ ଗିରଫ କରି ସାରିଛି ।
ଗତ ୪ ତାରିଖରେ ଅଭିଯୁକ୍ତମାନେ ଶିଶୁକୁ ଅପହରଣ କରିଥିଲେ । ଗତ ୧୨ ତାରିଖରେ ପ୍ଲାଂଟସାଇଟ୍ ଥାନାରେ ଅଭିଯୋଗ କରାଯାଇଥିଲା । ତଦନ୍ତ ଜାରି ରଖି ପୁଲିସ ପଶ୍ଚିମ ମେଦିନିପୁରରୁ ଅପହୃତ ନାବାଳକକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/8-12.jpg)