କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀ । ଏସଟିଏଫ୍ କାର୍ଯ୍ୟାଳୟରେ ହାଜର ହୋଇଛି ସନ୍ଦିଗ୍ଧ ଆତଙ୍କବାଦୀ । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବ ଏସଟିଏଫ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଲା? ଆଇଏଏସଆଇ ସହ ସମ୍ପର୍କ ଅଛି କି ନାହିଁ? ହ୍ୱାଟସଆପ୍ ଚାଟ୍ର ସତ କେତେ? ଓଡିଶାରେ ରହି କି ଷଡଯନ୍ତ୍ର କରୁଥିଲା ? ଓଡିଶାର କେଉଁ କେଉଁ ସ୍ଥାନକୁ ଯାଇଥିଲା? କିଛି ତଥ୍ୟ ଶତ୍ରୁପକ୍ଷକୁ ଯାଇଛି କି ? ଏଭଳି ଅନେକ ପ୍ରଶ୍ନ ପଚାରି ବୁଖାରୀର ସତ ଜାଣିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

Advertisment

ସେପଟେ ତଦନ୍ତ ପାଇଁ ଓଡିଶା ଆସିଛି କେନ୍ଦ୍ରୀୟ ଆଇବି ଟିମ୍ । ଆବଶ୍ୟକ ପଡିଲେ ଏନଆଇଏ, କାଶ୍ମୀର ପୁଲିସ ଓ ପଞ୍ଜାବ ପୁଲିସ ବି ଆସିପାରେ ବୋଲି ଜଣାପଡିଛି । ସେପେଟ ଗ୍ରାଉଣ୍ଡ ଜିରୋରୁ ଆସୁଛି ସାଂଘାତିକ ତଥ୍ୟ । ସୂଚନା ଅନୁସାରେ, ପାକିସ୍ତାନର ୨ ଜଣଙ୍କ ସହ ଯୋଗାଯୋଗରେ ଥିଲା ବୁଖାରୀ । ଏମାନଙ୍କ ମଧ୍ୟରେ ଥିଲେ ଜଣେ ଯୁବତୀ ଓ ଜଣେ ମୁସଲିମ ଧର୍ମଗୁରୁ । ସେହିଭଳି ଛତିଶଗଡର ଝିଅକୁ ନର୍ସ କରାଇଦେବାକୁ କହି ବିବାହ କରିଥିଲା ।