କନକ ବ୍ୟୁରୋ: ୩୧ ବର୍ଷୀୟ ଟ୍ରୁଅଙ୍ଗ ଭାନ୍ ଡାଓ ହନୋଇ ଭିଏତନାମ ବାକ୍ ନିନ୍ ପ୍ରଦେଶରେ ରହୁଛନ୍ତି । ନିଜର କଳା ପ୍ରଦର୍ଶନ କରି ୧୬ ସିଟ ବିଶିଷ୍ଟ ଏକ ମିନି ବସକୁ ସେ ଫ୍ରେଞ୍ଚ ଇବିଆର ୧୦୫ ମଡେଲ କାଠ ଟ୍ୟାଙ୍କରେ ରୂପାନ୍ତରିତ କରିଛନ୍ତି । ଟୁଆଙ୍ଗ ପେସାରେ ଜଣେ ବଢେଇ । ଟ୍ୟାଙ୍କକୁ ସେ ଏକ କାର ଭଳି ନିର୍ମାଣ କରିଛନ୍ତି ।
ତାଙ୍କ କହିବା ମୁତାବକ, ବିଶ୍ୱର ପ୍ରତ୍ୟେକ ଟ୍ୟାଙ୍କ ତାଙ୍କ ଟ୍ୟାଙ୍କ ଭଳି କିଛି କ୍ଷତି କରିବ ନାହିଁ । ୩ ମାସର ଅକ୍ଲାନ୍ତ ପରିଶ୍ରମରେ ଟ୍ରୁଆଙ୍ଗ ନିଜ ପୁଅ ପାଇଁ ଏହି ନିଆରା ଟ୍ୟାଙ୍କ ନିର୍ମାଣ କରିଛନ୍ତି । ଏହି ପ୍ରୋଜେକ୍ଟରେ ସେ ୮ ଲକ୍ଷ ୩୩ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଟ୍ୟାଙ୍କ ନିର୍ମାଣରେ ସେ ନିଜର ଦୁଇ ସାଥୀଙ୍କ ସାହାଯ୍ୟ ନେଇଛନ୍ତି ।
ସ୍ଥାନୀୟ ମିଡିଆର ଖବର ମୁତାବକ, ଟ୍ୟାଙ୍କରେ ୨.୮ ମିଟର ଲମ୍ବ ତୋପ ଲାଗିଛି । ଇଞ୍ଜିନ ରୂପେ ସେ ମିନିବସ୍ ଫ୍ଲୋର ପ୍ରୟୋଗ କରିଛନ୍ତି । ଟ୍ୟାଙ୍କର ବେଗ ଘଣ୍ଟା ପ୍ରତି ୨୫ କିଲୋମିଟର । ତା’ଠୁ ଅଧିକ ବେଗ ବଢାଇଲେ ବାହାନକୁ କ୍ଷତି ହୋଇପାରେ । କାଠ ଟ୍ୟାଙ୍କ ନିର୍ମାଣ କରିବା ପରେ ଟ୍ରୁଅଙ୍ଗ ନିଜ ପ୍ରତିଭା ଜରିଆରେ ଏକ କାଠ କାର ନିର୍ମାଣ କରିଥିଲେ । ଏଥର ଐତିହାସିକ ଟ୍ୟାଙ୍କ ନିର୍ମାଣ କରିଛନ୍ତି । ଯାହାର ସମ୍ବନ୍ଧ ୧୯୭୫ ମସିହାର ମୂଳ ଟ୍ୟାଙ୍କ ସହ ରହିଛି । ତାଙ୍କ ପୁଅ ଏପର୍ଯ୍ୟନ୍ତ ପ୍ଲାଷ୍ଟିକ ଟ୍ୟାଙ୍କରେ ଖେଳୁଥିଲା । କିନ୍ତୁ ଏତେ ବଡ କାଠ ଟ୍ୟାଙ୍କ ଦେଖି ସେ ବହୁତ ଖୁସି ହେଉଛି ।