ଗ୍ଲୋବାଲ୍ ୱାର୍ମିଙ୍ଗ୍ କୁ ହ୍ରାସ କରିବା ପାଇଁ ବ୍ୟବହାର ହେବ ଅଳିଆ ! ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେବ ସଡକ ।

ଗ୍ଲୋବାଲ୍ ୱାର୍ମିଙ୍ଗ୍ କୁ ହ୍ରାସ କରିବା ପାଇଁ ବ୍ୟବହାର ହେବ ଅଳିଆ ! ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେବ ସଡକ ।

ଦୁନିଆରେ ଏମିତି କିଛି ସମସ୍ୟା ରହିଛି ଯାହାର ସମାଧାନ ଆବିଷ୍କାର ଓ ପ୍ରୟୋଗ ପରେ ହିଁ ସମ୍ଭବ ହୋଇପାରିଛି। ଅଷ୍ଟ୍ରେଲିଆରେ କିଛି ଏମିତି ପ୍ରୟୋଗ କରାଯାଉଛି। ଯଦି ଏହି ପ୍ରୟୋଗ ସଫଳ ରୁହେ ତେବେ ଅଳିଆ ଆବର୍ଜନାର ସମସ୍ୟା ଆଉ ରହିବ ନାହିଁ । ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର ସିଡନି ଦୁନିଆରେ ପ୍ରଥମ ଥର କୋଇଲାରେ ଚାଲୁଥିବା ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ଓ ଷ୍ଟିଲ ପ୍ଲାଣ୍ଟରୁ ବାହରୁଥିବା ଅଳିଆ ଆବର୍ଜନା ବ୍ୟବହାର କରି ସଡ଼କ ନିର୍ମାଣ କରିବାର ଯୋଜନା କରୁଛି। ଏହି ପଦକ୍ଷେପ ନେବା ପରେ ପ୍ରଦୂଷଣ କମିବ ଓ ସଡ଼କ ନିର୍ମାଣ ପାଇଁ କଂକ୍ରିଟ୍ ଉତ୍ପାଦନ ସମୟରେ ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗତ ବି କମ୍ ହେବ।

publive-image

ପୂରା ବିଶ୍ୱ ପାଇଁ ଗ୍ଲୋବାଲ୍ ଓ୍ଵାର୍ମିଂ ବହୁତ ବଡ଼ ସମସ୍ୟା ହୋଇ ଯାଇଛି। ଗ୍ଲୋବାଲ ଓ୍ଵାର୍ମିଂରେ ଗ୍ରିନ୍ ହାଉସ୍ ଗ୍ୟାସ୍ ବହୁତ ବଡ଼ ଭୂମିକା ନିଭାଇ ଥାଏ। ଯଦି ଏହି ପ୍ରୟୋଗ ସଫଳ ରୁହେ ତେବେ ଏକାସଙ୍ଗେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଶିଳ୍ପରୁ ବାହାରୁଥିବା ଆବର୍ଜନାରୁ ଜଳ ପ୍ରଦୂଷଣ ବି ହୋଇଥାଏ। ଏମିତିରେ ପାଣିରେ ରହୁଥିବା ଜୀବ ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିଥାଏ। ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ବି ପଡ଼ିଥାଏ। ଯଦି ଏହି ଆବର୍ଜନା ସଡ଼କ ବନାଇବାରେ ବ୍ୟବହାର ହୋଇଯିବ, ତେବେ ଜଳ ପ୍ରଦୂଷଣରୁ ରକ୍ଷା ପାଇ ହେବ। ଫଳରେ କଂକ୍ରିଟର ବ୍ୟବହାର ବି କମ୍ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe