ପରିକ୍ରମା ପ୍ରକଳ୍ପ ପୂର୍ବରୁ ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ । ସବୁ କୋଠା ହେବ ଫିକା ଗୋଲାପି । ୫-ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସମୟରେ ହୋଇଛି ନିଷ୍ପତ୍ତି
କନକ ବ୍ୟୁରୋ: ଏଣିକି ପୁରୀ ବଡ଼ଦାଣ୍ଡକୁ ଗଲେ ଆପଣ ନୂଆ ଅନୁଭୂତି ପାଇବେ । ବଡ଼ଦାଣ୍ଡ ଉପରେ ଛିଡ଼ା ହୋଇ ଚାରିଆଡ଼କୁ ଆଖି ବୁଲାଇଲେ ଦିଶିବ ଗୋଲାପି ଗୋଲାପି । କାରଣ ସେହି ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁସାରେ ବଡ଼ଦାଣ୍ଡରେ ଥିବା ସମସ୍ତ କୋଠାକୁ ଇସତ୍ ଗୋଲାପି ରଙ୍ଗରେ ରଙ୍ଗାଇବା ପାଇଁ ନିଷ୍ପତି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଏହାକୁ ଶେଷ କରାଯିବ ।

Kanak News is now on WhatsApp
Join and get latest news updates delivered to you via WhatsApp
- ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ
- ସବୁ କୋଠା ହେବ ଫିକା ଗୋଲାପି
ଦୀର୍ଘ ୧୨ ବର୍ଷ ପରେ ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ । ବଦଳିବ ବଡଦଣ୍ଡର ରଙ୍ଗ । ପୁରୀ ବଡଦାଣ୍ଡର ୟୁନିଫରମିଟି ବା ସମାନତା ଆଣିବାକୁ ଏହି ଅଭିଯାନ ଆରମ୍ଭ ହେବ । ବ୍ୟବସାୟିକ ଘର ହେଉ କି, ବ୍ୟକ୍ତିଗତ ଘର ଗୋଟିଏ ରଙ୍ଗରେ ସଜେଇ ହେବ ସବୁ କୋଠା । ସବୁ କୋଠା ହେବ ଫିକା ଗୋଲାପି । ୫ଟି- ଅଧ୍ୟକ୍ଷ ପୁରୀ ଗସ୍ତ କାଳରେ ଅଧିକାରୀଙ୍କ ସହ ଆଲୋଚନା କରି ଏହି ରଙ୍ଗ ଚୂଡାନ୍ତ କରିଛନ୍ତି ।
- ଲୋକଙ୍କ କୋଠାର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦିଆଯିବ
- ଲୋକେ ନ କଲେ ପ୍ରଶାସନ ଏହି କାମ କରିବ
- ସଂପୃକ୍ତ ଲୋକ ଏହି ଖର୍ଚ୍ଚ ବହନ କରିବେ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆବର୍ଷରେ ବଡଦାଣ୍ଡ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନୂଆରୂପ ପାଇବ ।
- ୧୪ରୁ ଅଧିକ ରଙ୍ଗର ଅନୁଧ୍ୟାନ ପରେ ନିଷ୍ପତ୍ତି
- ଆବଶ୍ୟକ ପଡିଲେ ବଦଳିପାରେ ରଙ୍ଗ
ପୁରୀ ଗସ୍ତବେଳେ ବଡଦାଣ୍ଡକୁ ସମାନ ରଙ୍ଗ ଦେବା ପାଇଁ ଶ୍ରୀମନ୍ଦିର କାନ୍ଥରେ ଲାଗିଥିବା ଏକାଧିକ ରଙ୍ଗକୁ ଅନୁଧ୍ୟାନ କରିଥିଲେ ୫-ଟି ସଚିବ । ବଡଦାଣ୍ଡର ସମାନତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଗୋଟିଏ ରଙ୍ଗ ସବୁ କୋଠାକୁ କରିବାକୁ ଯୋଜନା କରାଯାଇଛି । କାନ୍ଥକୁ ରଙ୍ଗ ବ୍ରସରେ ଠିକାସଂସ୍ଥାମାନେ ରଙ୍ଗ ଦେଇଥିଲେ । ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପୀ ରଙ୍ଗ ଚୟନ କରାଯାଇଛି । ତେବେ ଆବଶ୍ୟକ ପଡିଲେ ଏହି ରଙ୍ଗ ବଦଳିପାରେ ବୋଲି ନିଷ୍ପତି ହୋଇଛି । ବୁଦ୍ଧିଜୀବୀ ଓ ସେବାୟତ ଏହାକୁ ସ୍ୱାଗତ କରିବା ସହ ସବୁବର୍ଷ ଏହା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ।
ଅରବିନ୍ଦ ଅଗ୍ରୱାଲ ପୁରୀ ଜିଲ୍ଲାପାଳ ଥିବାବେଳେ ପୁରୀ ବଡଦାଣ୍ଡରେ ସମାନତା ଆଣିବାକୁ ଉଦ୍ୟମ ହୋଇଥିଲା । ଫିକା ହଳଦିଆ ରଙ୍ଗରେ ବଡଦାଣ୍ଡର ସବୁ କୋଠାକୁ ରଙ୍ଗ କରାଯାଇଥିଲା । କିନ୍ତୁ ଏହି ରଙ୍ଗ ସବୁ ଲୁଚିଗଲାଣି । ଏବେ ପୁଣି ଥରେ ବଡଦାଣ୍ଡରେ ସମାନତା ଆଣିବାକୁ ଉଦ୍ୟମ ହୋଇଛି ।