ଏଥର ମହଙ୍ଗା ହେବ ଘର ନିର୍ମାଣ । ବଢିବ ସିମେଣ୍ଟ ଦର ।

Advertisment
ଏଥର ମହଙ୍ଗା ହେବ ଘର ନିର୍ମାଣ । ବଢିବ ସିମେଣ୍ଟ ଦର ।

କନକ ବ୍ୟୁରୋ: ଯଦି ଆପଣ ଏବେ ଘର ତିଆରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବଜେଟ୍ ପୂର୍ବାପେକ୍ଷା ଅଧିକ ଭାରି ପଡିବ । କାରଣ ଏବେ ମହଙ୍ଗା ହେବାକୁ ଯାଉଛି ଗୃହ ନିର୍ମାଣ । ଘର ତିଆରି ପାଇଁ ବ୍ୟବହୃତ ସିମେଣ୍ଟ ଦାମ ବୃଦ୍ଧି ପାଇବାକୁ ଯାଉଛି । ସିମେଣ୍ଟ ଦାମ୍ ୫କି ୧୦ ନୁହେଁ ଏକାଥରକେ ୨୫ରୁ ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇବାକୁ ଯାଉଛି ।

ସିଆରଆଇଏସଆଇଏଲର ରିପୋର୍ଟ ମୁତାବକ, ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ସମେତ ଅନେକ ଦେଶରେ ସିମେଣ୍ଟ ଦର ବଢିବ ବୋଲି କୁହାଯାଉଛି । ଗତ ବର୍ଷକ ମଧ୍ୟରେ ସିମେଣ୍ଟ ଦାମ ଏକାଥରରେ ୩୦ରୁ ୪୦ ଟଙ୍କା ବୃଦ୍ଧି ପାଇଥିବାବେଳେ ଏବେ ପୁଣିଥରେ ୨୫ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା କୁହାଯାଉଛି ।

କେବଳ ସିମେଣ୍ଟ ନୁହେଁ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ତୈଳ ଦର ମଧ୍ୟ ଅଯାଚିତ ଭାବେ ବୃଦ୍ଧି ପାଇଛି । ତେଣୁ ପରିବହନ ଖର୍ଚ୍ଚ ବଢିଯାଇଛି । ଫଳରେ ସିମେଣ୍ଟ ଦର ଉପରେ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe