କୁଏତରେ ଭୟଙ୍କର ଅଗ୍ନିକାଣ୍ଡ । ୪୧ରୁ ଅଧିକ ଶ୍ରମିକ ମୃତ । ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ।

Advertisment
କୁଏତରେ ଭୟଙ୍କର ଅଗ୍ନିକାଣ୍ଡ । ୪୧ରୁ ଅଧିକ ଶ୍ରମିକ ମୃତ । ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ।

କନକ ବ୍ୟୁରୋ: କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ୪୯ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସବୁଠୁ ଦୁଖଃଦ ଘଟଣା ହେଉଛି ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ରହିଛନ୍ତି । କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଅଟାଳିକାରେ ଅଗ୍ନିକାଣ୍ଡ ଘଟିିବା ସହ କ୍ରମଶ ଏହା ବ୍ୟାପିଥିଲା । ଏକ କମ୍ପାନୀ ପାଇଁ କାମ କରୁଥିବା ପ୍ରାୟ ୧୬୦ ଶ୍ରମିକ ଏଠାରେ ରହୁଥିଲେ ।

ତେବେ ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏଥିସହ କୁଏତ ଦୂତାବାସ ସହ ଭାରତ ସର୍ମ୍ପକ କରି ସ୍ଥିତିର ସମୀକ୍ଷା କରୁଛି । କୁଏତ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସ୍ ଜୟଶଙ୍କର । ଏହାସହ ମୃତକଙ୍କ ପରିବାରଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୋଦୀ ସରକାର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସ୍ଥାନୀୟ ପୁଲିସର ସୂଚନା ଅନୁସାରେ କୋଠାରେ ଯେତିକି ଲୋକ ରହିବା କଥା ତାଠୁ ଅଧିକ ରହୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe