• ପୀରଗଡିସ୍ଥିତ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
• ଅଗ୍ନିକାଣ୍ଡ ପରେ ବିସ୍ଫୋରଣ, ଭୁଶୁଡିପଡିଲା କୋଠା
• ଦମକଳ ବାହିନୀଙ୍କ ସମେତ ଅନେକ ଲୋକ ଫସି ରହିଥିବା ସନ୍ଦେହ
କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ । ଆଜି ଭୋରୁ ଭୋରୁ ଦିଲ୍ଲୀର ପୀରଗଡ଼ିସ୍ଥିତ ଏକ ବ୍ୟାଟେରି କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩୫ଟି ଦମକଳ ଉଦ୍ୟମ ଚଳାଇଛନ୍ତି।
ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ିଠାରେ ଥିବା ଗୋଟାଏ କାରଖାନାରେ ନିଆଁ ଲାଗିଥିବା ସମ୍ବନ୍ଧରେ ଭୋର୍ ପ୍ରାୟ ୪: ୨୮ ମିନିଟରେ ଫୋନ୍ ଆସିଥିଲା। ନିଆଁ ଲିଭା ଓ ଉଦ୍ଧାର କାର୍ୟ୍ୟ ଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦେଶକ ଅତୁଳ ଗର୍ଗ କହିଛନ୍ତି। କିନ୍ତୁ ପରେ ପରେ ଗୋଟାଏ ବିସ୍ଫୋରଣ ଘଟିବାରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା। ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।
ପ୍ରାପ୍ତ ସୂଚନା ଅନୁସାରେ, ସେ ଘରେ ଥିବା ବ୍ୟାଟେରି ଫାଟିଯିବାରୁ ଶୀଘ୍ର ନିଆଁ ଚରିଯିବା ସହ କୋଠାର କିଛି ଅଂଶ ଭାଙ୍ଗି ପଡ଼ିଥିଲା। ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ‘ଏନ୍ଡିଆର୍ଏଫ୍’କୁ ଡକାଯାଇଛି।
Follow Us
/kanak/media/post_attachments/wp-content/uploads/2020/01/Screen-Shot-2020-01-02-at-11.08.07-AM.png)