କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଆଜି ବଡ ଧରଣର ଅଘଟଣ ଘଟିଛି । ସବଜୀ ମଣ୍ଡି ଅଞ୍ଚଳରେ ଏକ ୩ ମହଲା କୋଠା ଭୁଶୁଡି ପଡିଛି । ଫଳରେ ଅନେକ ଲୋକ ଫଶି ହୋଇଯାଇଥିବା ଆଶଙ୍କା କରାଯାଉଛି । ସେପଟେ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିବା ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆଜି ଦିନ ୧୧ଟା ୫୦ ମିନିଟରେ ଏହି ଅଘଟଣ ଘଟିଛି । ୩ ମହଲା କୋଠା ଭୁଶୁଡିବା ଫଳରେ ଅନେକ ଗାଡି ମଧ୍ୟ ଦବି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହୀନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କୋଠା ତଳେ କାମ ଚାଲୁଥିବାରୁ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି ।
ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ନରେଲା ଅଞ୍ଚଳରେ ମଧ୍ୟ ଏକ କୋଠା ଭୁଶୁଡି ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/36-8.jpg)