ମୁମ୍ବାଇରେ ବଡ଼ ଅଘଟଣ: ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଉଦ୍ଧ୍ୱର୍ ଲୋକ, ଉଦ୍ଧାରକାର୍ଯ୍ୟ ଜାରି

255

କନକ ବ୍ୟୁରୋ: ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଭୁଶୁଡିଲା ବିଲ୍ଡିଂ । ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଫଳରେ କୋଠା ତଳେ ୪୦ ରୁ ୫୦ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ ଉଦ୍ଧାରକାରୀ ଦଳ ପହଁଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । କିନ୍ତୁ ସ୍ଥାନଟି ଅଣ ଓସାରିଆ ହୋଇଥିବାରୁ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି ।

ସେପଟେ ମୁମ୍ବାଇ ବିଏମସି କର୍ତ୍ତୁପକ୍ଷଙ୍କ କହିବା ମୁତାବକ, ଅପରାହ୍ନ ୧୧ଟା ୪୮ ମିନିଟ୍ ରେ ଡୋଙ୍ଗରୀର ଟାଣ୍ଡେଲ୍ ଠାରେ କେସରବାଇ ନାମକ ଏକ ବିଲ୍ଡିଂର ଅଧା ପାଶ୍ୱର୍ ଭୁଶୁଡ଼ି ପଡ଼ିଲା । ତେବେ ଏହି ବିଲ୍ଡିଟି ବହୁତ ପୁରୁଣା ବୋଲି ବିଏମସି କର୍ତ୍ତୁପକ୍ଷ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆହତଙ୍କ ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରିଛନ୍ତି ।