ମହାରାଷ୍ଟ୍ରର ଭିୱଣ୍ଡିରେ ଭୁଶୁଡିଲା ୩ ମହଲା କୋଠା: ୮ ମୃତ, ୨୦ ଜଣ ସୁରକ୍ଷିତ ଉଦ୍ଧାର; ଏବେ ବି ଅନେକ ଫସିରହିଥିବା ଆଶଙ୍କା, ଉଦ୍ଧାର କାମ ଜାରି

Advertisment
ମହାରାଷ୍ଟ୍ରର ଭିୱଣ୍ଡିରେ ଭୁଶୁଡିଲା ୩ ମହଲା କୋଠା: ୮ ମୃତ, ୨୦ ଜଣ ସୁରକ୍ଷିତ ଉଦ୍ଧାର; ଏବେ ବି ଅନେକ ଫସିରହିଥିବା ଆଶଙ୍କା, ଉଦ୍ଧାର କାମ ଜାରି

କନକ ବ୍ୟୁରୋ: ମହାରାଷ୍ଟ୍ର ଥାନେ ଜିଲ୍ଲାର ଭିୱଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତମାନ ସୁଦ୍ଧା ଭଙ୍ଗା କୋଠାର ଭଗ୍ନସ୍ତୁପ ତଳୁ ୮ଜଣଙ୍କ ମୃତଦେହ ଉଦ୍ଧାରକାରୀ ଦଳ ବାହାର କରିଛନ୍ତି । ସେପରି ଭଗ୍ନସ୍ତୁପ ତଳୁ ୨୦ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଏବେ ବି କୋଠାର ଭଗ୍ନସ୍ତୁପ ତଳେ ୨୦ରୁ ୨୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ତେଣୁ ଆଗକୁ ମୃତାହତ ସଂଖ୍ୟା ବଢିବା ସମ୍ଭାବନା ରହିଛି । ଗତକାଲି ରାତି ୩ଟା ୨୦ ମିନିଟରେ ଭିୱଣ୍ଡିର ପଟେଲ କଂପାଉଣ୍ଡରେ ଥିବା ଏକ ତିନି ମହଲା ପୁରୁଣା କୋଠା ଭୁଶୁଡି ପଡିଥିଲା । ଲୋକେ ଘରେ ଶୋଇଥିବା ସମୟରେ ଅଚାନକ କୋଠା ଭୁଶୁଡି ପଡିବାରୁ କେହି କୋଠା ଭୁଶୁଡିବା ନେଇ କିଛି ସୁରାକ ପାଇ ପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe