ରହସ୍ୟମୟ ବିଲଡରଙ୍କ ମୃତ୍ୟୁ ! କେମିତି ନିଆଳିରେ ପହଞ୍ଚିଲା ନବଘନଙ୍କ ମୃତଦେହ ? ଭୁବନେଶ୍ୱରରୁ ନେଇ ନିଆଳିରେ ହତ୍ୟା ହୋଇଥିବା ଅଭିଯୋଗ ।

Advertisment
ରହସ୍ୟମୟ ବିଲଡରଙ୍କ ମୃତ୍ୟୁ ! କେମିତି ନିଆଳିରେ ପହଞ୍ଚିଲା ନବଘନଙ୍କ ମୃତଦେହ ? ଭୁବନେଶ୍ୱରରୁ ନେଇ ନିଆଳିରେ ହତ୍ୟା ହୋଇଥିବା ଅଭିଯୋଗ ।

କନକ ବ୍ୟୁରୋ: ରାଜଧାନୀରୁ ଅପହରଣ ! ନିଆଳିରେ ମୃତଦେହ । ବିଲଡରଙ୍କୁ ହତ୍ୟା ସନ୍ଦେହ । ନବଘନ ପାଟ୍ଟଶାଣୀ ଓରଫ ବାଙ୍କା। ପେଶାରେ ଜଣେ ବିଲଡର। ରାଜଧାନୀର ବରମୁଣ୍ଡା ଗାଁ ବାସିନ୍ଦା। ଗତ ୧୭ ତାରିଖରେ ନିଜ ଫର୍ଚୁନର କାର ଯୋଗେ ବରମୁଣ୍ଡା ବଜାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ବିଳମ୍ୱ ହେବାରୁ ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଓ ପରେ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ବାଙ୍କାଙ୍କୁ ଖୋଜୁ ଖୋଜୁ ହଠାତ ପରିବାର ଲୋକେ ତାଙ୍କ ଫର୍ଚୁନର କାର ଦେଖିବାକୁ ପାଇଥିଲେ। ଜଣେ ବ୍ୟକ୍ତି ଏହି ଫର୍ଚୁନର କାରଟିକୁ ଚଲାଉଥିବା ଦେଖିବାକୁ ପାଇଥିଲେ। । ଉକ୍ତ ବ୍ୟକ୍ତିକୁ କାବୁ କରି ଭରତପୁର ଥାନାରେ ଜିମା ଦେଇଥିଲେ ପରିବାର ଲୋକେ ।

ହେଲେ ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରା ଉଚରା କରି ଛାଡି ଦେଇଥିଲା। ଆଉ ତାର କିଛି ଦିନ ପରେ ଅର୍ଥାତ ଗତ ୨୦ ତାରିଖରେ ନବଘନଙ୍କ ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା। ମୁଣ୍ଡରେ ଓ ବେକରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଗୋବିନ୍ଦପୁର ପୋଲିସ ଘଟଣାର ତଦନ୍ତ କରି ପରିଚୟ ନପାଇବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରିବା ପରେ, ମୃତଦେହକୁ ପୋତି ଦେଇଥିଲା ।

ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ମୃତଦେହ ଚିହ୍ନଟ କରିଥିଲେ ପରିବାର। ମୃତ ଦେହରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  ଟଙ୍କା କାରବାରକୁ ନେଇ ତାଙ୍କୁ କେହି ଯୋଜନାବନ୍ଧ ଭାବେ ହତ୍ୟା କରି ଥାଇପାରେ ବୋଲି କହିଛନ୍ତି ପରିବାର ସଦସ୍ୟ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ବିଲଡର ନବଘନଙ୍କ ମୃତ୍ୟୁ ପଛର ରହସ୍ୟ କଣ ? କେମିତି ରାଜଧାନୀରୁ ନିଆଳି ପହଞ୍ଚିଗଲା ନବଘନଙ୍କ ମୃତଦେହ? ନବଘନଙ୍କ ଫର୍ଚୁନରରୁ ମିଳିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାହିଁକି ଛାଡି ଦେଲା ପୋଲିସ? ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ରହିଛି କି ନବଘନଙ୍କ ମୃତ୍ୟୁର ସମ୍ପର୍କ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe