ପୁଣି ବନ୍ଧା ହେଲେ ବିଲ୍ଡର : ଫ୍ଲାଟ ଦେବା ନାଁରେ ସାଢେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ, ଗୋଲଡେନ୍ ଭିୟୁ ଇନଫ୍ରାଷ୍ଟ୍ରକଚର ମାଲିକ ଗିରଫ

Advertisment
ପୁଣି ବନ୍ଧା ହେଲେ ବିଲ୍ଡର : ଫ୍ଲାଟ ଦେବା ନାଁରେ ସାଢେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ, ଗୋଲଡେନ୍ ଭିୟୁ ଇନଫ୍ରାଷ୍ଟ୍ରକଚର ମାଲିକ ଗିରଫ

କନକ ବ୍ୟୁରୋ : ବନ୍ଧାହେଲେ ବିଲଡର । ଫ୍ଲାଟ ଦେବା ନାଁରେ ସାଢେ ୪ କୋଟରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଗୋଲଡେନ ଭ୍ୟିୁ ଇନଫ୍ରାଷ୍ଟକର ଲିମିଡେର ମାଲିକ ପ୍ରେମାନନ୍ଦ ମହାପାତ୍ର ଗିରଫ ହୋଇଛନ୍ତି । ପ୍ରେମାନନ୍ଦଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥ ନୈତିକ ଅପରାଧ ଶାଖା । ପ୍ରେମାନନ୍ଦ ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଓ ଏହାର ଆଖପାଖ ଅଂଚଳରେ ଲୋକଙ୍କୁ ଫ୍ଲାଟ ଦେବାକୁ କହି କୋଟି କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ପ୍ରେମାନନ୍ଦଙ୍କୁ ଆଜି ସକାଳେ ଗିରଫ କରାଯାଇଛି ।

ସେପଟେ ଜମି ଦେବା ନାଁରେ ୧୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ବିଲଡରକୁ ଗିରଫ କରିଛି। ସେ ହେଲେ, ଚକେଇସିଆଣି ଗାୟତ୍ରୀ ନିବାସ ଅଞ୍ଚଳର ବିବେକାନନ୍ଦ ସାମଲ (୫୩)। ପୁଲିସ ସୂଚନା ମୁତାବକ, ସପ୍ତସତୀ ମନ୍ଦିର ଅଞ୍ଚଳରେ ପୂଜା କନଷ୍ଟ୍ରକସନ ନାମରେ ବିବେକାନନ୍ଦଙ୍କ ଏକ ବିଲଡର ସଂସ୍ଥା ରହିଛି। ୨୦୧୧ ମସିହାରେ ରେଣୁବାଳା ବେହେରା ନାମକ ଜଣେ ମହିଳାଙ୍କୁ ଚକେଇସିଆଣି ଅଞ୍ଚଳରେ ଜମି ଦେବାକୁ କହି ବିବେକାନନ୍ଦ ତାଙ୍କଠାରୁ ୧୭ଲକ୍ଷ ଟଙ୍କା ନେଇଥିଲେ। ତେବେ ବିବେକାନନ୍ଦ ଯେଉଁ ଜମିକୁ ରେଣୁବାଳାଙ୍କ ନାମରେ ରେଜିଷ୍ଟ୍ରେସନ କରାଇଥିଲେ, ତାହା ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ରେଣୁବାଳା ଏ ସଂପର୍କରେ ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ ବିବେକାନନ୍ଦଙ୍କୁ କହିଥିଲେ। କିନ୍ତୁ ଟଙ୍କା ଫେରାଇବା ବଦଳରେ ବିବେକାନନ୍ଦ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଟଙ୍କା ଫେରସ୍ତ କରିବା ବଦଳରେ ରେଣୁବାଳାଙ୍କୁ ଧମକ ଚମକ ଦେଇଥିଲେ। ଏ ସଂପର୍କରେ ରେଣୁବାଳା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe