କନକ ବ୍ୟୁରୋ: ଭୁଷୁଡିଲା ପୋଲ । ଗଞ୍ଜାମର ବୁଗୁଡା ଅଂଚଳରେ ଘଟିଛି ଏଭଳି ଘଟଣା । ବୁଗୁଡାର ଆମ୍ବଖାଲ ନାଳ ଉପରେ ଥିବା ପୋଲଟି ଭୁଷୁଡି ପ୍ରାୟ ୧୫ରୁ ୨୦ ଫୁଟ ତଳକୁ ଦବିଯାଇଛି । ପୋଲ ଦବିଯିବା ଫଳରେ ନୟାଗଡ-ବ୍ରହ୍ମପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଲୋକେ ଓ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବୁଗୁଡ଼ା ନିକଟରେ ଥିବା ଆମ୍ବଖାଲ ନାଳ ଉପରେ ପ୍ରାୟ ୩ ବର୍ଷ ତଳେ ଏହି ପୋଲଟି ନିର୍ମାଣ କରାଯାଇଥିଲା। ତେବେ ଗତକାଲି ହୋଇଥିବା ବର୍ଷା ପରେ ଏହି ନାଳ ଉପରେ ଥିବା ପୋଲଟି ଫାଟି ଆଁ କରିବା ସହିତ ପ୍ରାୟ ୧୫ରୁ ୨୦ ଫୁଟ ତଳକୁ ଦବି ଯାଇଥିଲା। ସୌଭାଗ୍ୟକୁ ବିଳମ୍ବିତ ରାତିରେ ଏହି ପୋଲ ଦବିଥିବା ବେଳେ ସେହି ସମୟରେ ପୋଲ ଉପର ଦେଇ କୌଣସି ଯାନବାହନ ଚଳାଚଳ କରୁ ନ ଥିଲା। ତେବେ ମାତ୍ର ୩ ବର୍ଷ ତଳେ ନିର୍ମିତ ପୋଲ ଭୁଶୁଡ଼ିବା ନେଇ ସାଧାରଣରେ ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି।
ସେପଟେ, ଗଂଜାମ ଜିଲ୍ଲା ଶେରଗଡର ପୁନାନ୍ଦ ଗାଁରେ ଅଘଟଣ । ଛାତରୁ ପଲସ୍ତରା ଭୁଶୁଡି ଚାଲିଗଲା ଶିଶୁର ଜୀବନ । ପୁନାନ୍ଦ ଗାଁର ହରିଜନ ସାହିରେ ଏକ ଘରର ଛାତରୁ ପଲସ୍ତରା ଭୁଶୁଡି ପଡିଥିଲା । ଏଥିରେ ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି । ଏହା ସହ ପରିବାରର ୩ ଜଣ ଆହତ ମଧ୍ୟ ହୋଇଛନ୍ତି । ବାପା, ମାଆ ଓ ସେମାନଙ୍କର ଆଉ ଜଣେ ପୁଅ ଆହତ ହୋଇଛନ୍ତି । ଶୋଇଥିବା ବେଳେ ଛାତରୁ କଂକ୍ରିଟ୍ ପଲସ୍ତରା ଖସି ପଡିଥିଲା । ମୃତ ଶିଶୁଟିର ନାଁ ପ୍ରିୟାଂଶୁ ନାୟକ । ଏପରି ଅଭାବନୀୟ ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-02-12h09m51s157.png)
/kanak/media/post_attachments/wp-content/uploads/2018/05/vlcsnap-2018-05-02-12h08m59s880-300x240.png)
/kanak/media/post_attachments/wp-content/uploads/2018/05/Screen-shot-2018-05-02-at-12.21.08-PM-300x230.png)