କନକ ବ୍ୟୁରୋ: ବିହାର ରାଜଧାନୀ ପାଟଣା ଭେଟନାରୀ ଗ୍ରାଉଣ୍ଡରେ ଆୟୋଜିତ ଡାଏରୀ ଆଣ୍ଡ୍ କ୍ୟାଟେଲ ଏକ୍ସପୋ ମେଳାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା ଯେତେବେଳେ ସେଠାରେ ଭୋଲୁ ପହଞ୍ଚିଥିଲା । ଗୋଲୁ କୌଣସି କୁନି ପିଲା ନୁହେଁ ବରଂ ସବୁଠୁ ଚର୍ଚ୍ଚିତ ମଇଁଷି । ଯାହାର ଦାମ୍ ୧୦ କୋଟିରୁ ଅଧିକ ।
ସୂଚନା ମୁତାବକ, ପାଟଣାରେ ଭୋଲୁ ନାମକ ଏହି ମଇଁଷି ହରିଆଣାରୁ ଆସିଛି । ଏହା ମୁର୍ରା ପ୍ରଜାତିର ମଇଁଷି । ଏହାର ମାଲିକ ନରେନ୍ଦ୍ର ସିଂଙ୍କ କହିବା ଅନୁସାରେ ଏହାର ଖାଦ୍ୟ ପାନୀୟ ପାଇଁ ମାସକୁ ୬୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଭୋଲୁ ପାଇଁ ନରେନ୍ଦ୍ର ସିଂଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁରସ୍କାର ମଧ୍ୟ ମିଳିସାରିଛି ।
ଏହି ମଇଁଷିର ବ୍ୟବହାର ବ୍ରିଡିଙ୍ଗ ପାଇଁ କରାଯାଏ । ଭୋଲୁ ପ୍ରତିଦିନ ୩୦ କେଜି ଘାସ ସହ , ୭ କେଜି ଗହମ, ୫୦ ଗ୍ରାମ ମିନେରାଲ ମିକ୍ସଚର ଖାଏ । ଏହାକୁ କିିଣିବା ପାଇଁ ୧୦ କୋଟି ଯାଏଁ ଡାକରା ହୋଇସାରିଥିଲେ ବି ଏହାକୁ ବିକିବାକୁ ମାଲିକ କିନ୍ତୁ ନାରାଜ ।