ଧାରଣା ଚାଲିଥିବା ବେଳେ ଷଣ୍ଢ ଆଗରେ ବିନ୍ ବଜାଇଲେ କଂଗ୍ରେସ ନେତା ! ହଠାତ ରାଗିଗଲା ଷଣ୍ଢ, ଆଉ ତା ପରେ…

51

ଧାରଣା ଚାଲୁଥିବା ବେଳେ ଦେଖିବାକୁ ମିଳିଲା ଷଣ୍ଢର ଆତଙ୍କ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ । ସ୍ଥାନୀୟ ଜିଲ୍ଲା କଂଗ୍ରେସ ଏବଂ ପ୍ରତିଦିନ ବସରେ ଯିବାଆସିବା କରୁଥିବା ସଂଘର ମିଳିତ ଉଦ୍ୟମରେ ଦେବାସ-ଇନ୍ଦୋର ମଧ୍ୟରେ ସିଟି ବସ ଚଳାଚଳ ଦାବି ନେଇ ଆନ୍ଦୋଳନ କରିଥିଲେ । ଏହି ଅବସରରେ ସେମାନେ ସୟାଜି ଦ୍ୱାରରେ ଏକତ୍ରିତ ହୋଇ ଷଣ୍ଢ ଆଗରେ ବିନ୍ ବଜାଉଥିଲେ । ଠିକ ଏତିକି ବେଳେ ହଠାତ୍ ରାଗି ଯାଇଥିଲା ଷଣ୍ଢ । ଏବଂ ଉପସ୍ଥିତ ଥିବା ଲୋକମାନଙ୍କୁ ଗୋଡାଇଥିଲା ।

କିଛି ସମୟ ପାଇଁ ଆନ୍ଦୋଳନ ସ୍ଥାନରେ ଷଣ୍ଢର ଆତଙ୍କ ଖେଳିଯାଇଥିଲା । ଶେଷରେ ଯେକୌଣସି ପ୍ରକାରରେ କଂଗ୍ରେସ କର୍ମକର୍ତ୍ତା ମାନେ ଷଣ୍ଢଟିକୁ କାବୁ କରିନେଇଥିଲେ ଏବଂ ଆନ୍ଦୋଳନ ଜାରି ରଖିଥିଲେ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କଂଗ୍ରେସ ନେତାଙ୍କର ଧାଁ ଧପଡ ଦେଖି ଉପସ୍ଥିତ ଥିବା ଲୋକମାନେ ନିଜ ହସକୁ ଅଟକାଇ ପାରିନଥିଲେ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦେବାସ କଂଗ୍ରେସ ଅଧ୍ୟକ୍ଷ ମନୋଜ ରାଜାନି କହିଛନ୍ତି ।