ଫିଲ୍ମରେ କେମିତି ଦେଖାଯାଏ ବୁଦ୍ଧିଆ ! କନକ ନ୍ୟୁଜରେ ବୁଦ୍ଧିଆ ସିଂର ଫାଷ୍ଟ ଲୁକ୍

55

IMG-20160608-WA0003ଅଗଷ୍ଟ ୫ ତାରିଖରେ ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ବିସ୍ମୟ ବାଳକ ବୁଦ୍ଧିଆ ସିଂ ଉପରେ ତିଆରି ହୋଇଛି ଏହି ଫିଲ୍ମ । ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ନିର୍ଦେଶିତ ଏବଂ ଭାଇକମ-୧୮ ମୋସନ ପିକ୍ଚର୍ସ ଓ କୋଡ ରେଡ ଫିଲ୍ମ ପ୍ରଡକ୍ସନ ପ୍ରଯୋଜିତ ଏହି ଫିଲ୍ମରେ କୁନି ଧାବକ ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀକୁ ଦର୍ଶାଯାଇଛି । ତେବେ ଫିଲ୍ମରେ କେମିତି ଦେଖାଯାଏ ବୁଦ୍ଧିଆ ଆଉ କିଏ ଅଛି ଏହି କୁନି ଧାବକଙ୍କ ଚରିତ୍ରରେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବୁଦ୍ଧିଆଙ୍କ ଚରିତ୍ରରେ ଯିଏ ଅଭିନୟ କରୁଛନ୍ତି ସେ ଅବିକଳ ବୁଦ୍ଧିଆ ପରି ଦେଖାଯାଉଛନ୍ତି । ଏହି କୁନି କଳାକାରଙ୍କ ନା ହେଉଛି ମୟୁର । ଆଉ ଯାହାର ଏକ୍ସକ୍ଲୁସିଭ ଫଟୋ ଲାଗିଛି କନକ ନ୍ୟୁଜ୍ ହାତରେ । ତେବେ ଏଥିପାଇଁ କୋଡ ରେଡ ଫିଲ୍ମ ପ୍ରଡକ୍ସନକୁ କରିବାକୁ ପଡିଛି କାଫି କସରତ । ବୁଦ୍ଧିଆ ସିଂ ଚରିତ୍ର ପାଇଁ ଅଡିସନରେ ପ୍ରାୟ ୩୦ରୁ ଅଧିକ ଶିଶୁ କଳାକାର ଆସିଥିଲେ  । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସିଲେକ୍ଟ ହୋଇଥିଲେ ମାଷ୍ଟର ମୟୁର  ।

୨୦୧୧ରେ ବୁଦ୍ଧିଆର ସାହାସ ଓ ସଂଘର୍ଷକୁ ନେଇ ବିବିସି ପକ୍ଷରୁ ତିଆରି ହୋଇଥିଲା ଡକ୍ୟୁମେଂଟାରୀ । ଆଉ ଏବେ ତିଆରି ହୋଇଛି ହିନ୍ଦୀ ଫିଲ୍ମ । ଏଥିରେ ବୁଦ୍ଧିଆ ଭୂମିକାରେ କୁନି କଳାକାର ‘ମୟୁର’ ଅଭିନୟ କରିଥିବାବେଳେ ବିରଂଚି ଭୂମିକା ନିଭାଉଛନ୍ତି ଭର୍ସାଟାଇଲ ଆକ୍ଟର ‘ମନୋଜ ବାଜପେୟୀ’ ।

ଏହା ସହ ଅଗଷ୍ଟ ୫ରେ ରିଲିଜ୍ ହେବ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’