ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭସ୍ତମ୍ଭ । ଏପ୍ରିଲ ୯ରୁ ଆରମ୍ଭ ହେବ ଯାତ୍ରା, କୋଭିଡ୍ ପାଇଁ କଟକଣା ଭିତରେ ଯାତ୍ରା ପାଳନ ପାଇଁ ନିଷ୍ପତି 

120
କନକ ବ୍ୟୁରୋ : ବ୍ରହ୍ମପୁରରେ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ମଧ୍ୟରାତ୍ରିରେ ଶୁଭଖୁଂଟି ସ୍ଥାପନ କରାଯାଇଛି ।  ପରମ୍ପରା ଅନୁସାରେ ମାଙ୍କ ପୂଜାର୍ଚ୍ଚନା କରାଯିବା ପରେ ଶୁଭଖୁଂଟି ସ୍ଥାପନ  ହୋଇଛି । ଠାକୁରାଣୀ ଯାତ୍ରା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ।
ପ୍ରଥମ ପର୍ଯ୍ୟ୍ୟାୟରେ ୭ ଦିନ ପାଇଁ ଯାତ୍ରାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ପରେ ଏହି ତାରିଖକୁ  ବଢାଯିବା ସମ୍ଭାବନା ରହିଛି । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ  ପ୍ରତି ଦୁଇବର୍ଷରେ ଥରେ ନିଜ ବାପ ଘର କୁହାଯାଉଥିବା ଦେଶବେହେରା ସାହିକୁ ବୁଲିବାକୁ ଆସିଥାନ୍ତି । ଏହି ସମୟରେ  ମାଙ୍କ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲ ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ  ହୋଇଥାଏ  । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର କଟକଣା ଭିତରେ ଠାକୁରାଣୀ ଯାତ୍ରା ପାଳିତ ହେବ । ଗତକାଲି ଗଞ୍ଜାମ ଜିଲ୍ଲାପାଳ କହିଥିଲେ, କରୋନା ସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ମହାରାଷ୍ଟ୍ର ଏବଂ ଗୁଜୁରାଟରୁ ଆସୁଥିବା ପ୍ରବାସୀଙ୍କ ଉପରେ ଦୃଷ୍ଟି ରଖାଯିବ । ଯେଉଁମାନେ ବାହାର ରାଜ୍ୟରେ ଘରକୁ ଫେରିବେ ସେମାନଙ୍କୁ ୭ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରଖାଯିବ ।