ବୁଢାରଜାଙ୍କ ଆଜି ବାର୍ଷିକ ଦଶରା ମହୋତ୍ସବ : କରୋନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଂଚଳରେ ୧୪୪ ଧାରା ଲାଗୁ

45

କନକ ବ୍ୟୁରୋ : ବିନା ଭକ୍ତରେ ପାଳିତ ହେବ ଆମପାଣି ଦଶରା । କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳେ ପୂଜାପାଉଥିବା ବୁଢାରଜାଙ୍କ ଆଜି ବାର୍ଷିକ ଦଶରା ମହୋତ୍ସବ । ସେଥିପାଇଁ ଆଜିଠାରୁ ରବିବାର ଦିନ ୧୦ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳରେ ୧୪୪ ଧାରା ଲାଗୁ କରିବ ପ୍ରଶାସନ । ଜରୁରୀ ସେବାକୁ ଛାଡିଦେଲେ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ ଭଗବାନଙ୍କ ଦର୍ଶନ ମିଳିବ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଶ୍ରଦ୍ଧାଳୁ ।

ଏହି ପର୍ବରେ ରାଜ୍ୟ ସମେତ ପଡୋଶୀ ରାଜ୍ୟ ଛତିଶଗଡର ଶ୍ରଦ୍ଧାଳୁଙ୍କ ଭିଡ ଜମେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେମିତି ଏହି କାର୍ଯ୍ୟଟି ସଂପନ୍ନ ହେବ ସେନେଇ ଧର୍ମଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ବିନା ଭକ୍ତରେ ଏହି ପର୍ବ ପାଳନ ହେବାକୁ ନିଷ୍ପତି ହୋଇଛି ।