କୋଭଡି କଟକଣା ଭିତରେ ଅନୁଷ୍ଠିତ ହେବ ବୁଢାରଜା ଦଶରା : କଳାହାଣ୍ଡି-ନବରଙ୍ଗପୁର ଅଂଚଳର ପ୍ରମୁଖ ପର୍ବ ନେଇ ଗାଇଡଲାଇନ୍ ଜାରି କଲା ପ୍ରଶାସନ; କାଲିିଠାରୁ ଆମପାଣିରେ ୧୪୪ ଧାରା ଜାରି 

77

କନକ ବ୍ୟୁରୋ : ବିନା ଭକ୍ତରେ ପାଳିତ ହେବ ଆମପାଣି ଦଶରା । କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳେ ପୂଜାପାଉଥିବା ବୁଢାରଜାଙ୍କ ଆସନ୍ତାକାଲି ବାର୍ଷିକ ଦଶରା ମହୋତ୍ସବ । ଏହି ପର୍ବରେ ରାଜ୍ୟ ସମେତ ପଡୋଶୀ ରାଜ୍ୟ ଛତିଶଗଡର ଶ୍ରଦ୍ଧାଳୁଙ୍କ ଭିଡ ଜମେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେମିତି ଏହି କାର୍ଯ୍ୟଟି ସଂପନ୍ନ ହେବ ସେନେଇ ଧର୍ମଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ବିନା ଭକ୍ତରେ ଏହି ପର୍ବ ପାଳନ ହେବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ ଆସନ୍ତାକାଲି ଶନିବାରଠାରୁ ରବିବାର ଦିନ ୧୦ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳରେ ୧୪୪ ଧାରା ଲାଗୁ କରିବ ପ୍ରଶାସନ । ଜରୁରୀ ସେବାକୁ ଛାଡିଦେଲେ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ ଭଗବାନଙ୍କ ଦର୍ଶନ ମିଳିବ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଶ୍ରଦ୍ଧାଳୁ ।