କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ : ବିଧାନସଭା ଚାରିପଟୁ ରାସ୍ତା ସିଲ୍; ବିଭିନ୍ନ ସ୍ଥାନରେ କଡା ଚେକିଂ, ଟ୍ରାଫିକ୍ ଜାମ୍

ସାଧାରଣ ଲୋକଙ୍କ ଯାତାୟତରେ ବାଧା

30

କନକ ବ୍ୟୁରୋ : କମିଶନରେଟ୍ ପୋଲିସକୁ ଘାରିଛି ଆତ୍ମହୁତି ଉଦ୍ୟମ ଭୟ । ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ବିଧାନସଭା ଚାରିପଟୁ ରାସ୍ତା ସିଲ କରିଛି ପୋଲିସ । ଏଥିସହ ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଯେଉଁମାନେ ବିଧାନସଭା ଓ ଲୋକସେବା ଭବନକୁ ଯାଉଛନ୍ତି ସେମାନଙ୍କୁ ଛଡାଯାଉଛି । ହେଲେ, ଏହି ଅଂଚଳରେ ଥିବା ଅନ୍ୟ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟମାନଙ୍କୁ ହଇରାଣ ହେବାକୁ ପଡୁଛି । ଯାହାଫଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ ଯାତାୟତରେ ବାଧା ।